ବିଭିନ୍ନ ଦାବି ନେଇ ୟୁବିଏଫ୍ୟୁ ପକ୍ଷରୁ ଜାନୁଆରୀ ୩୦ରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ । ମୁମ୍ବାଇରେ ସଂଘର ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ମହାସଚିବ ସିଏଚ୍ ଭେଙ୍କଟଚେଲମ୍ କହିଛନ୍ତି ଯେ ଆମ ଦାବି ବିଷୟରେ ପତ୍ର ମାଧ୍ୟମରେ ଜଣାଇଥିଲୁ । ଏହାସତ୍ତ୍ବେ ଭାରତୀୟ ବ୍ୟାଙ୍କ ସଂଘ ବା ଆଇବିଏ ପକ୍ଷରୁ କୌଣସି ପ୍ରତିକ୍ରିୟା ମଳିନାହିଁ । ତେଣୁ ଆମେ ଆନ୍ଦୋଳନକୁ ପୁଣି ଥରେ ଆରମ୍ଭ କରିବୁ । ଯାହାକି ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ବୈଠକରେ ଆମେ ନିଷ୍ପତ୍ତି ନେଇଛୁ । ପାଞ୍ଚିଦିନିଆ କାର୍ଯ୍ୟ ଦିବସ, ପେନ୍ସନ୍ ସଂଶୋଧନ, ଜାତୀୟ ପେନ୍ସନ୍ ସ୍କିମ୍ କୁ ଉଚ୍ଛେଦ କରିବା, ବେତନ ସଂଶୋଧନ ଦାବି ଉପରେ ତୁରନ୍ତ ଆଲୋଚନା ଆରମ୍ଭ କରିବା ଏବଂ ସବୁ କ୍ୟାଡର୍ରେ ଆବଶ୍ୟକ ନିଯୁକ୍ତି ପ୍ରଦାନ କରିବା ଭଳି ଦାବି ନେଇ ୟୁବିଏଫ୍ୟୁ ପକ୍ଷରୁ ଧର୍ମଘଟ କରାଯିବ ବୋଲି ଭେଙ୍କଟଚେଲମ୍ କହିଛନ୍ତି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ