The Topmost

“The eyes believe themselves, the ears believe other people.”

akshay kumar

୩୦ବର୍ଷର ଯାତ୍ରକୁ ୟଶରାଜର ସଲାମ

ଅଭିନେତା ଅକ୍ଷୟ କୁମାର ହିନ୍ଦୀ ସିନେମା ଜଗତରେ ୩୦ ବର୍ଷ ପୁରା କରିଛନ୍ତି । ୧୯୯୧ରେ ଅକ୍ଷୟ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ । ଏହାରି ମଧ୍ୟରେ ଅକ୍ଷୟ ଜଣେ ସାଧାରଣ କଳାକାରରୁ ବଲିଉଡ୍‌ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ପାଲଟିଛନ୍ତି । ପେଶାଗତ ଜୀବନର ପ୍ରାରମ୍ଭରେ ଏକାଧିକ ପ୍ଲଫ୍‌ ଫିଲ୍ମରେ କାମ କରି ମଧ୍ୟ ଅକ୍ଷୟ ହାରି ନଥିଲେ । ଧୀରେଧୀରେ ନିଜ ଉପରେ କାମ କରିଥିଲେ ଏବଂ ଫିଲ୍ମ ଚୟନରେ ପରିବର୍ତ୍ତନ ଆଣି ବ୍ଲକବଷ୍ଟର ଫିଲ୍ମ ଦେବାରେ ମାହିର ହୋଇପାରିଛନ୍ତି ଖିଲାଡୀ ଷ୍ଟାର । ୩୦ ବର୍ଷର ପୂର୍ତ୍ତି ଅବସରର ଖାସ୍‌ ଦିନକୁ ସେଲିବ୍ରେଟ୍‌ କରି ୟଶରାଜ ଫିଲ୍ମ ଅକ୍ଷୟଙ୍କର ଆଗାମୀ ଫିଲ୍ମ ପୃଥ୍ୱୀରାଜର ଏକ ନୂଆ ପୋଷ୍ଟର ସେୟାର କରିଛନ୍ତି, ଯେଉଁଥିରେ ସମ୍ରାଟ ପୃଥ୍ୱୀରାଜ ଚୌହାନଙ୍କ ରୂପରେ ନଜର ଆସିଛନ୍ତି । ଏହି ପୋଷ୍ଟରକୁ ୟଶରାଜ ଫିଲ୍ମ ନିଜର ଅଫିସିଆଲ ଟ୍ୱିଟରରେ ସେୟାର କରିଛି ।

ଏହାକୁ ଅକ୍ଷୟଙ୍କ ଏପର୍ଯ୍ୟନ୍ତ ମୁକ୍ତିଲାଭ କରିଥିବା ଫିଲ୍ମର ଫଟୋଗୁଡ଼ିକକୁ ନେଇ ପ୍ରସ୍ତୁତ କରାଯାଇଛି । ଏଥିସହ ସେୟାର କରାଯାଇଥିବା ଭିଡିଓରେ ଅକ୍ଷୟ କୁମାର ତାଙ୍କ ବଲିଉଡ୍‌ ଡେବୁ୍ୟ ଫିଲ୍ମ ସୌଙ୍ଗଦ ସୁଟିଂର ପ୍ରଥମ ଦିନକୁ ମନେ ପକାଉଥିବା ଦେଖିବାକୁ ମିଳିଛି । ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ପୃଥ୍ୱୀରାଜ ଫିଲ୍ମ ନିର୍ଭିକ, ପରାକ୍ରମୀ ରାଜା ପୃଥ୍ୱୀରାଜ ଚୌହାନଙ୍କ ଜୀବନ ଏବଂ ବୀରତା, ଅଦମ୍ୟ ସାହାସ ଉପରେ ଆଧାରିତ ହୋଇଛି । ତେବେ ଏହି ଫିଲ୍ମ ମାଧ୍ୟମରେ ଅକ୍ଷୟ କୁମାର ଏପରି ଏକ ଅବତାରରେ ନଜର ଆସିବାକୁ ଯାଉଛନ୍ତି, ଯେଉଁ ଚରିତ୍ରକୁ ସେ ପୂର୍ବରୁ କେବେ କରିନାହାନ୍ତି । ତେଣୁ ୩୦ ବର୍ଷର ଯାତ୍ରାରେ ଏହି ଫିଲ୍ମ ତାଙ୍କ ଜୀବନର ମାଇଲଷ୍ଟୋନ୍‌ ଭାବେ ବିବେଚନା କରାଯିବ । ତେଣୁ ଏହାକୁ ନେଇ ୟଶରାଜ ପିଲ୍ମ ସେଲିବ୍ରେଟ୍‌ କରିଛି ।
ଫିଲ୍ମଟି ୩ ଜୁନ୍‌ ୨୦୨୨ରେ ବଡ଼ ପରଦାରେ ମୁକ୍ତିଲାଭ କରିବ ।

https://thetopmost.in/?p=1767

https://thetopmost.in/?p=1721

https://thetopmost.in/?p=1800