The Topmost

“The eyes believe themselves, the ears believe other people.”

୩ଟି ସୋପାନ ସଫଳତାର ସହ ଅତିକ୍ରମ

ଇତିହାସ ରଚିଲା ଇସ୍ରୋ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ସଫଳତାର ସହ ଚନ୍ଦ୍ରଯାନ-୩ ଉତକ୍ଷେପଣ କରିଛି ଭାରତ । ଦିନ ୨ଟା ୩୫ରେ ଦ୍ବିତୀୟ ଲଞ୍ଚପ୍ୟାଡରୁ GSLV-3 ହେଭି ଲିଫ୍ଟ ଲଞ୍ଚ ଭେହିକିଲରେ ଚନ୍ଦ୍ରଯାନର ସଫଳ ଲଞ୍ଚିଂ କରାଯାଇଥିଲା । ତିନିଟି ସୋପାନ ସଫଳତାର ସହ ଅତିକ୍ରମ କରିଛି ଚନ୍ଦ୍ରଯାନ-୩ । ଭୂପୃଷ୍ଠ ଛାଡ଼ିବାର ୧୬ ମିନିଟ ପରେ ଏହା କକ୍ଷପଥରେ ଅବସ୍ଥାପିତ ହୋଇଛି । ୨୩ ଅଗଷ୍ଟରେ ଚନ୍ଦ୍ରପୃଷ୍ଠରେ ଏହାର ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବ । ସାଉଥ୍‌ ପୋଲରେ ଲ୍ୟାଣ୍ଡର ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରିବ । ଚନ୍ଦ୍ରଯାନ-୩ର ସଫଳ ଲଞ୍ଚିଂ ପରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଇସ୍ରୋ ମୁଖ୍ୟ । ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ଯଦି ସଫଳତାର ସହ ଅବତରଣ କରେ, ତେବେ ଆମେରିକା, ଋଷ, ଚୀନ ପରେ ଭାରତ ଚତୁର୍ଥ ଦେଶ ମହାକାଶ ବିଜ୍ଞାନରେ ସୁପର ପାଓ୍ବାର ହେବ ଭାରତ ।

SHARE BY