ନୂଆ ପ୍ରଭାରୀ ଅଜୟ କୁମାର ରାଜ୍ୟ କଂଗ୍ରେସରେ ଜୋସ୍ ଭରିବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି । ତେବେ ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସୁଛନ୍ତି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଭୁବନେଶ୍ୱର ଲୋୟର ପିଏମଜିରେ ଦଳ ପକ୍ଷରୁ ଆୟୋଜିତ ହେଉଥିବା ଓଡ଼ିଶା ବଞ୍ଚାଅ ସମାବେଶରେ ଯୋଗ ଦେବେ । କଂଗ୍ରେସ ଅଧ୍ୟକ୍ଷଙ୍କ ଗସ୍ତସୂଚୀ ସଂପର୍କରେ ସୂଚନା ଦେଇ ସମାବେଶରେ ଜନସାଧାରଣଙ୍କୁ ସାମିଲ ହେବା ପାଇଁ ଅପିଲ୍ କରିଛି ପିସିସି । ଉଭୟ ବିଜେଡି ଓ ବିଜେପି ରାଜ୍ୟ ପାଇଁ ବିପଦ ବୋଲି ଅଭିଯୋଗ କରିଛି କଂଗ୍ରେସ । ଓଡ଼ିଶାକୁ ବଞ୍ଚାଇବା ପାଇଁ କଂଗ୍ରେସ ଏକମାତ୍ର ବିକଳ୍ପ ବୋଲି ଦାବି କରିଛି ଦଳ । ଖଡଗେଙ୍କ ସମାବେଶରେ ୫୦ ହଜାର କର୍ମୀ ଯୋଗ ଦେବା ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏପଟେ ବିଜେପି ସମାଲୋଚନା କରି କହିଛି ଓଡ଼ିଶା ପାଇଁ ନୁହେଁ, ରାହୁଲଙ୍କ ଗସ୍ତ ପୂର୍ବରୁ ବାତାବରଣ ପ୍ରସ୍ତୁତ କରିବାକୁ ଆସୁଛନ୍ତି ଖଡଗେ । ସେହିପରି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, କେବଳ ନିର୍ବାଚନ ବେଳେ କଂଗ୍ରେସର ମନେପଡ଼େ ଓଡ଼ିଶା କଥା ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି