ଶ୍ରୀକ୍ଷେତ୍ରରେ ଜମିବ ହବିଷ୍ୟାଳୀଙ୍କ ଭିଡ଼ । ରାଇଦାମୋଦର ପୂଜା ସାଙ୍ଗକୁ ସୃଷ୍ଟିହେବ ଆଧ୍ୟାତ୍ମିକ ପରିବେଶ । କୁମାରପୂର୍ଣ୍ଣିମା ଠାରୁ ପୁରୀରେ ଜମା ହେବେ ହବିଷ୍ୟାଳୀ ମାଆ । ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୩ ହଜାର ହବିଷ୍ୟାଳୀ ପଞ୍ଜିକରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୧, ପୁରୀରୁ ୮୭୫, ଗଞ୍ଜାମରୁ ୩୮୫ ଓ ନୟାଗଡ଼ ଜିଲ୍ଲାରୁ ୩୧୧ ଜଣ ପଞ୍ଜିକରଣ କରିଛନ୍ତି । ସେମାନଙ୍କ ରହଣି, ପୂଜା, ଶୃଙ୍ଖଳିତ ମହାପ୍ରଭୁଙ୍କ ଦର୍ଶନ, ଭଜନ କୀର୍ତ୍ତନ, ସୁରକ୍ଷା ଏବଂ ମହାପ୍ରସାଦ ସେବନ ଆଦି ବ୍ୟବସ୍ଥା କରାଯାଇଛି । ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ସମାନଙ୍କ ସୁବିଧା ଓ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବେ । ହବିଷ୍ୟାଳୀଙ୍କ ରହଣି ପାଇଁ ସ୍ଥାୟୀ ବୃନ୍ଦାବତୀ ନିବାସ ଓ ଅସ୍ଥାୟୀ ଭାବେ ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଫାଉଣ୍ଡେସନ, ମୋଚିସାହି ସ୍ଥିତ ପୌର କଲ୍ୟାଣ ମଣ୍ଡପ ସହ ବାଗେଡ଼ିଆ ଧର୍ମଶାଳାର ବ୍ୟବସ୍ଥା କରାଯାଇଛି । ରହଣି ସମୟରେ ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଆଇନ ଶୃଙ୍ଖଳା, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା, ଦର୍ଶନ ସମୟରେ ଟ୍ରାଫିକ ନିୟନ୍ତ୍ରଣ, ସ୍ବେଛାସେବୀ ନିୟୋଜନ ଇତ୍ୟାଦିକୁ ସୁନିୟନ୍ତ୍ରିତ କରାଯିବ । ଏଥିପାଇଁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ପୋଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା