ସରିଲା ବାହାନଗା ଟ୍ରେଟ୍ ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କ ଶବ ସତ୍କାର । ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆଜି ଭୋରୁ ସରିଛି । ବିଏମ୍ସି ଓ ଏମ୍ସ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ୨୮ଟି ଅଚିହ୍ନା ମୃତଦେହ ଭରତପୁର ଶ୍ମଶାନରେ ସତ୍କାର କରାଯାଇଛି । CBIର ଦିଲ୍ଲୀ ଅଧିକାରୀଙ୍କ ଉପସ୍ଥିତିରେ ଏମ୍ସ ପକ୍ଷରୁ ବିଏମସିକୁ ୨୮ଟି ଶବ ହସ୍ତାନ୍ତର କରାଯାଇଥିଲା । ଦୀର୍ଘ ୪ ମାସ ହେଲା କଣ୍ଟେନରେ ଥିଲା ଏହି ଅପରିଚିତ ଶବଗୁଡିକ । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ମୃତଦେହ ହସ୍ତାନ୍ତର ଠାରୁ ଶବ ସତ୍କାର ଯାଏଁ ସମସ୍ତ ପ୍ରକ୍ରିୟାର ଭିଡିଓ ଗ୍ରାଫି କରାଯାଇଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍