ସରିଲା ବାହାନଗା ଟ୍ରେଟ୍ ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କ ଶବ ସତ୍କାର । ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆଜି ଭୋରୁ ସରିଛି । ବିଏମ୍ସି ଓ ଏମ୍ସ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ୨୮ଟି ଅଚିହ୍ନା ମୃତଦେହ ଭରତପୁର ଶ୍ମଶାନରେ ସତ୍କାର କରାଯାଇଛି । CBIର ଦିଲ୍ଲୀ ଅଧିକାରୀଙ୍କ ଉପସ୍ଥିତିରେ ଏମ୍ସ ପକ୍ଷରୁ ବିଏମସିକୁ ୨୮ଟି ଶବ ହସ୍ତାନ୍ତର କରାଯାଇଥିଲା । ଦୀର୍ଘ ୪ ମାସ ହେଲା କଣ୍ଟେନରେ ଥିଲା ଏହି ଅପରିଚିତ ଶବଗୁଡିକ । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ମୃତଦେହ ହସ୍ତାନ୍ତର ଠାରୁ ଶବ ସତ୍କାର ଯାଏଁ ସମସ୍ତ ପ୍ରକ୍ରିୟାର ଭିଡିଓ ଗ୍ରାଫି କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା