ଦିଲ୍ଲୀ ଅବକାରୀ ନୀତି ସହିତ ଜଡିତ ଅର୍ଥ ହେରଫେର ମାମଲା । ଆପର ରାଜ୍ୟସଭା ସାଂସଦ ସଂଜୟ ସିଂ ଙ୍କୁ କୋର୍ଟ ଅକ୍ଟୋବର ୨୭ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । କୋର୍ଟରେ ଶୁଣାଣି ବେଳେ ସଂଜୟ ସିଂ ମଧୁମେହ ରୋଗୀ ହୋଇଥିବା କାରଣରୁ ଔଷଧ ପାଇଁ ଭିନ୍ନ ଭାବେ ଏକ ଆପ୍ଲିକେଶନ ଫାଇଲ କରିଛନ୍ତି । କୋର୍ଟ ତରଫରୁ ଅକ୍ଟୋବର ୧୦ ତାରିଖରେ ସମାନ ମାମଲାରେ ଗିରଫ ହୋଇଥିବା ସଂଜୟ ସିଂଙ୍କୁ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦେଇଥିଲେ । ହେପାଜତ ଅବଧୀ ସମାପ୍ତ ହେବା ପରେ ତାଙ୍କୁ ଆଜି ପୁଣି କୋର୍ଟରେ ହାଜର କରାଯାଇଥିଲା । ଇଡି ଅଭିଯୋଗ କରିଛି କି, ଦିଲ୍ଲୀ ଅବକାରୀ ନୀତିରେ ଅନିୟମିତତା କରାଯାଇଛି । ସେପଟେ ଏହି ମାମଲାକୁ ନେଇ ସଂଜୟ ସିଂ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରିଛନ୍ତି । ସଂଜୟ ସିଂଙ୍କ ଓକିଲ ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ମୁଖ୍ୟ ବିଚାରପତି ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା ଓ ବିଚାରପତି ଜଷ୍ଟିସ ସଞ୍ଜୀବ ନରୂଲାଙ୍କ ପୀଠରେ ଆବେଦନ କରିଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ