ସମ୍ବଲପୁର ସମଲେଇ ମନ୍ଦିର ରୂପାନ୍ତରଣ ପ୍ରକଳ୍ପ ଜାନୁଆରୀ ୨୭ ତାରିଖରେ ଲୋକାର୍ପଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ମନ୍ଦିର ଆସି ପୂଜାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ପ୍ରମୁଖ ପ୍ରାରମ୍ଭିକ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି । ଏହି ଆଲୋଚନାରେ ବିଧାୟକ ସୁଶାନ୍ତ ସିଂହ, ମନ୍ଦିର ଟ୍ରଷ୍ଟ ସଭାପତି ସଞ୍ଜୟ ବାବୁ ଓ ବିଜେଡି ରେଙ୍ଗାଳି ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ ଉପସ୍ଥିତ ଥିଲେ । ସମଲେଇ ଲୋକାର୍ପଣ ପ୍ରକଳ୍ପରେ ଶ୍ରଦ୍ଧାଳୁମାନେ କିପରି ଆସିବେ, ସେମାନଙ୍କ ସୁବ୍ୟବସ୍ଥିତ ଦର୍ଶନ ଆଦି ବିଭିନ୍ନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି । ଅନ୍ୟପଟେ ସର୍କିଟ ହାଉସରେ ପ୍ରଣବପ୍ରକାଶ ଓ ମାନସ ଦଳର ବିଭିନ୍ନ ନେତା ଓ କର୍ମୀଙ୍କ ସହ ମଧ୍ୟ ଅନ୍ୟ ଏକ ବୈଠକରେ ସାଙ୍ଗଠନିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇ ସେମାନଙ୍କ ସମସ୍ୟା ଦୂର କରିବାକୁ ପରାମର୍ଶ ଦେଇଛନ୍ତି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି