ନିର୍ବାଚନ ପୂର୍ବରୁ ରାଜସ୍ଥାନ ସରକାରଙ୍କ ବଡ ଘୋଷଣା । ରାଜସ୍ଥାନ ସରକାର ରାଜ୍ୟବାସୀଙ୍କ ପାଇଁ ଅନେକଗୁଡିଏ ଯୋଜନା ଘୋଷଣା କରିଛନ୍ତି । ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇବା ଆରମ୍ଭ କରିଥିବା ବେଳେ ଏବେ ରାଜ୍ୟ କର୍ମଚାରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଗେହଲଟ ସରକାର ରାଜ୍ୟ କର୍ମଚାରୀଙ୍କ ଭରସା ଜିତିବାକୁ ଚେଷ୍ଟା କରିଛନ୍ତି । ଏହି କ୍ରମରେ ଏବେ ରାଜ୍ୟ କର୍ମଚାରୀମାନଙ୍କ ମଧ୍ୟରୁ ଯେଉଁମାନେ କେବଳ ୨୫ ବର୍ଷ ଚାକିରି କରି ଅବସର ନେଇଛନ୍ତି ସେମାନଙ୍କୁ ରାଜ୍ୟ ସରକାର ପୂରା ପେନସନ୍ ଦେବେ । ଅର୍ଥାତ ରାଜସ୍ଥାନରେ ଏବେ ରାଜ୍ୟ କର୍ମଚାରୀ ୨୮ ବର୍ଷ ବଦଳରେ ଯଦି ୨୫ବର୍ଷ ଚାକିରି କରି ଅବସର ନେଉଛନ୍ତି ତେବେ ତାଙ୍କୁ ପୂରା ପେନସନ୍ ମିଳିବ । ଏହାସହ ୭୫ ବର୍ଷରେ ପେନସନ ଭୋଗୀ କିମ୍ବା ପରିବାର ପେନସନ ଭୋଗୀଙ୍କୁ ୧୦ ପ୍ରତିଶତ ଅତିରିକ୍ତ ପେନସନ୍ ଭତ୍ତା ମିଳିବ । କେବଳ ସେତିକି ନୁହେଁ ଏବେ ରାଜ୍ୟର ୫୫ ପ୍ରତିଶତ ପଛୁଆ ବର୍ଗର ଭୋଟରଙ୍କୁ ମନାଇବାକୁ ବଡ ଚେଷ୍ଟା କରିଛନ୍ତି । ଏଥିପାଇଁ କ୍ୟାବିନେଟରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ଓବିସି –ଏମବିସି ବର୍ଗରେ ନିଯୁକ୍ତି ଯୋଗ୍ୟ ପ୍ରାର୍ଥୀ ନମିଳିଲେ ସେହି ପଦକୁ ୩ବର୍ଷ ପର୍ଯ୍ୟନ୍ତ ଖାଲି ରଖାଯିବ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ