୨୦୨୪ ନିର୍ବାଚନ ପାଇଁ ତତ୍ପର ବିଜେପି ଶିବିର । ଓଡ଼ିଶା ମୁହାଁ କେନ୍ଦ୍ରୀୟ ନେତୃତ୍ୱ । ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ବରିଷ୍ଠ ନେତା ଶିବରାଜ ସିଂହ ଚୌହ୍ୱାନ । କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ କରିବେ ସମୀକ୍ଷା । ଏହା ପରେ ୧୫ ତାରିଖରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ମଧ୍ୟ ଓଡ଼ିଶା ଆସିବେ । ସେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୁରୀ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ । ଗଡ଼କରୀଙ୍କ ପରେ ୨୨ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ ଅନେକ ଗୁଡିଏ କାର୍ଯ୍ୟକ୍ରମରେ ଯୋଗଦେବେ । ସେହିପରି ମାସ ଶେଷ ବେଳକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।
“The eyes believe themselves, the ears believe other people.”
More Stories
କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ, ଲାଗିଛି ବ୍ୟାପକ ପ୍ରସ୍ତୁତି
କଥା ରଖିଲେ ମୋହନ, ଶ୍ରୀମନ୍ଦିରକୁ 500 କୋଟିର କର୍ପସ ପାଣ୍ଠି ମଞ୍ଜୁର
ସବୁଠୁ ବଡ ସମସ୍ୟା ମହିଳାଙ୍କ ସୁରକ୍ଷା- ସୁପ୍ରିୟା ଶ୍ରୀନେତ