ତୁର୍କୀ ଓ ସିରିୟାରେ ପ୍ରଳୟଙ୍କରୀ ଭୂମିକମ୍ପ । ୨୪ହଜାର ଟପିଲା ମୃତକଙ୍କ ସଂଖ୍ୟା । ଉଭୟ ତୁର୍କୀ ଏବଂ ସିରିୟାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିନ୍ତୁ ଏବେ ବି ଧ୍ବଂସାବଶେଷ ତଳେ ହଜାର ହଜାର ଲୋକ ପୋତି ହୋଇ ରହିଛନ୍ତି । ମୃତ୍ୟୁସଂଖ୍ୟା ଆଗକୁ କେତେ ବଢ଼ିବ କିଛି ଅନୁମାନ କରିହେଉନାହିଁ । ତୁର୍କୀର ହତୟ ପ୍ରଦେଶ ଭୂକମ୍ପ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ହତୟ ପ୍ରଦେଶରେ ଭୂକମ୍ପ ପୀଡ଼ିତମାନେ ଏବେ ପ୍ରବଳ ଥଣ୍ଡା ଏବଂ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି । ପର୍ଯ୍ୟାପ୍ତ ପରିମାଣରେ ଟେଣ୍ଟ ଏବଂ ଅସ୍ଥାୟୀ ଶିବିର ନଥିବାରୁ ଭୂକମ୍ପରୁ ବଞ୍ଚି ଯାଇଥିବା ଲୋକେ ଏବେ ଖୋଲାରେ ପଡ଼ି ରହିଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ