୨୪ ତାରିଖରେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ମର୍ଡର କେସ୍ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ । ପୋଲିସ ହେପାଜତରେ ଅତିକ ଓ ତାର ଭାଇ ଅସରଫକୁ ହତ୍ୟାକୁ ନେଇ ସର୍ବୋଚ୍ଚ କୋର୍ଟରେ ପିଟିସନ ଦାଏର କରିଥିଲେ ଆଇନଜୀବୀ ବିଶାଲ ତିଓ୍ବାରୀ । ମାଫିଆମୁକ୍ତ ନାଁରେ ଫେକ୍ ଏନକାଉଣ୍ଟର, ପୋଲିସ ହେପାଜତରେ ହତ୍ୟା ଆଦି ଘଟଣା ଗତ କିଛିବର୍ଷ ମଧ୍ୟରେ ବଢିଛି । ଏହି ମାମଲାର ନିରପେକ୍ଷ ଯାଞ୍ଚ ପାଇଁ ପିଟିସନରେ ଅପିଲ କରାଯାଇଛି । ଗତ ୬ ବର୍ଷରେ ୟୁପିରେ ବିଜେପି ସରକାର ଆସିବା ପରେ ୧୮୩ ଜଣଙ୍କୁ ଏନକାଉଣ୍ଟରରେ କରାଯାଇଛି । ରାଜ୍ୟରେ ଏତେ ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ବି ଟାର୍ଗେଟ କରାଯାଉଥିବା ଦେଖାଯାଉଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ