ରାଜ୍ୟ ବଜେଟରେ ସମାଧାନ ହେବ ଶିକ୍ଷକ ଅଭାବ ସମସ୍ୟା । ହାଇସ୍କୁଲରେ ନିଯୁକ୍ତି କରାଯିବ ଶିକ୍ଷକ । ଖୁବଶୀଘ୍ର ପ୍ରାଥମିକ ସ୍କୁଲରେ ବ୍ୟାପକ ଶିକ୍ଷକ ନିଯୁକ୍ତି କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇବେ । ପର୍ଯ୍ୟାୟକ୍ରମ ଏହି ଆକାର ୪୦ ହଜାରରେ ପହଞ୍ଚିବାର ସମ୍ଭାବନା ରହିଛି । ଏବେ ପ୍ରାଥମିକ ଓ ମାଧ୍ୟମିକ ସରକାରୀ ସ୍କୁଲରେ ୧ ଲକ୍ଷ ୫୭ ହଜାର ୪୩ ଜଣ ନିୟମିତ ଓ ୩୦ ହଜାର ୫୨୬ ଜଣ ଅସ୍ଥାୟୀ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଶିକ୍ଷକମାନଙ୍କ ପ୍ରଦର୍ଶନ ଉପରେ ବି ନଜର ରହିଛି । ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପାଇଁ ବ୍ୟୟ ବରାଦ ହୋଇଥିବା ୧୩୯ କୋଟି ଟଙ୍କାରେ ସ୍କୁଲ, ଶିକ୍ଷକ, ଛାତ୍ରଛାତ୍ରୀଙ୍କ ସମେତ ଡିଇଓ ଓ ବିଇଓଙ୍କ ପ୍ରଦର୍ଶନକୁ ପରଖିବେ ସରକାର । ପ୍ରତି ବ୍ଲକର ଶ୍ରେଷ୍ଠ ତିନୋଟି ସ୍କୁଲ ପୁରସ୍କୃତ ହେବେ । ଯାହାକୁ ଶିକ୍ଷକ ମହଲରେ ସ୍ୱାଗତ କରାଯାଇଛି ।
“The eyes believe themselves, the ears believe other people.”
More Stories
ଶ୍ରୀମନ୍ଦିର କ୍ୟାଲେଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ମହାନଦୀ ଟ୍ରିବ୍ୟୁନାଲ ପାଇଁ ଖର୍ଚ୍ଚ ଅଟକଳ 26 କୋଟି
ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିବ ନୂଆ ନିଯୁକ୍ତି ସୁଯୋଗ