ଆଜି ୫-ଜି ସ୍ପେକ୍ଟ୍ରମ୍ ନିଲାମ । ୨୦ ବର୍ଷର ବୈଧତା ଅବଧି ସହ ମୋଟ ୭୨,୦୯୭.୮୫ ମେଗାହର୍ଜ ସ୍ପେକଟ୍ରମର ନିଲାମ ପ୍ରକ୍ରିୟା ହେବ । ଚଳିତଥର ୫-ଜି ନିଲାମରେ ୪.୩ ଲକ୍ଷ କୋଟି ଟଙ୍କାର ୭୨,୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ ନିଲାମ କରାଯିବ। ଏଥିରେ ସରକାର ୬୦୦ ମେଗାହର୍ଜ୍ଜ , ୭୦୦ ମେଗାହର୍ଜ୍ଜ ଏବଂ ୩୩୦୦ ମେଗାହର୍ଜ୍ଜ ସହିତ ଅନେକ ବ୍ୟାଣ୍ଡରେ ବିକ୍ରି ପାଇଁ ୫ଜି ଏୟାରୱେଭ୍ ରଖାଯାଇଛି । ନିଲାମ ନିମ୍ନ, ମଧ୍ୟମ ଓ ହାଇ ଫ୍ରିକ୍ବେନସି ବ୍ୟାଣ୍ଡରେ ହେବ । ତେବେ ୫ଜି ସ୍ପେକ୍ଚ୍ରମ ଦ୍ୱାରା ୪ଜି ଠାରୁ ଦଶଗୁଣା ଅଧିକ ଫାଷ୍ଟ ସର୍ଭିସ ମିଳିବ । ଦୂରସଞ୍ଚାର କ୍ଷେତ୍ରର ୩ ଘରୋଇ କମ୍ପାନୀ ଜିଓ, ଏୟାରଟେଲ ଓ ଭୋଡାଫୋନ ଆଇଡିଆ ନିଲାମରେ ଅଂଶଗ୍ରହଣ କରିବାକୁ ମଧ୍ୟ ଆବେଦନ କରିଛନ୍ତି । ଏଥିରେ ଚତୁର୍ଥ ଆବେଦନକାରୀ ଭାବେ ଆଦାନୀ ଗ୍ରୁପ ରହିଛି । ଆଦାନୀ ଗ୍ରୁପ ନିକଟରେ ଲଙ୍ଗ ଡିଷ୍ଟାନ୍ସ ଏନଏଲଡି ଓ ଇଣ୍ଟରନ୍ୟାସନାଲ ଲଙ୍ଗଡିଷ୍ଟାନ୍ସ ଆଇଏନଏଲଡି ଲାଗି ଲାଇସେନ୍ସ ହାସଲ କରିସାଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍