ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବଡ ଘୋଷଣା । ୨୦୨୫ ବିଧାନସଭା ନିର୍ବାଚନ ତେଜସ୍ୱୀଙ୍କ ନେତୃତ୍ୱରେ ଲଢାଯିବ । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ପଦ ଦୌଡରେ ସେ ନାହାନ୍ତି । ନୀତିଶଙ୍କ କହିବା କଥା ସମସ୍ତଙ୍କ ସହ ମିଳିତଭାବେ ସେ ବିଜେପିକୁ ହଟାଇବାକୁ ଚାହୁଁଛନ୍ତି । ମହାମେଣ୍ଟର ବୈଠକ ପରେ ନୀତିଶଙ୍କ ଏହି ବୟାନ ସାମ୍ନାକୁ ଆସିଥିଲା । କିଛି ଦିନ ପୂର୍ବରୁ ନୀତିଶ ଏନଡିଏ ମେଣ୍ଟ ଛାଡି ମହାମେଣ୍ଟରେ ସାମିଲ ହୋଇଥିଲେ । ଏହା ପରେ ବିହାର ରାଜନୀତିରେ ବଡ ପରିବର୍ତ୍ତନ ହୋଇଥିଲା । ଠିକ ସେହିପରି ନୀତିଶଙ୍କ ଏହି ଘୋଷଣା ପରେ ରାଜନୀତି ସରଗରମ ହୋଇଛି ।
More Stories
ଶୀତରୁ ବଞ୍ଚିବାର ସହଜ ଉପାୟ
କାହିଁକି ଅଟକିଲା ସାହିତ୍ୟ ଅକାଡେମୀ ଆୱାର୍ଡ
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ