The Topmost

“The eyes believe themselves, the ears believe other people.”

୨୦୨୪ ସାଧାରଣ ନିର୍ବାଚନ ପାଇଁ ସେନାପତି ବାଛିଲା ବିଜେପି

୨୦୨୪ ସାଧାରଣ ନିର୍ବାଚନ ପାଇଁ ସେନାପତି ବାଛିଚି ବିଜେପି । ୧୫ ରାଜ୍ୟରେ ନୂଆ ପ୍ରଭାରୀ ଏବଂ ସହ ପ୍ରଭାରୀଙ୍କୁ ନିଯୁକ୍ତ କରିଛି ଦଳ । ଶୁକ୍ରବାର ପାର୍ଟିର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ସୂଚନା ଦେଇଛନ୍ତି ଯେ, ଜେପି ନଡ୍ଡା ନୂଆ ନାଁ ଉପରେ ମୋହର ମାରିଛନ୍ତି । ଯାହାକୁ ତତ୍କାଳ ପ୍ରଭାବରେ ଲାଗୁ କରାଯିବ । ଜାରି କରାଯାଇଥିବା ସୂଚୀ ମୁତାବକ, ବିନୋଦ ତାବଡେଙ୍କୁ ବିହାର, ଓମ୍ ମାଥୁରଙ୍କ ଛତିଶଗଡ, ବପ୍ଲବ କୁମାର ଦେବଙ୍କୁ ହରିୟାଣା, ଲକ୍ଷ୍ମୀକାନ୍ତ ବାଜପେୟୀଙ୍କୁ ଝାଡଖଣ୍ଡ, ପ୍ରକାଶ ଜାଭେଦକରଙ୍କୁ କେରଳ, ରାଧାମୋହନ ଅଗ୍ରୱାଲଙ୍କୁ ଲାକ୍ଷାଦ୍ୱୀପ, ପି ମୁରଲୀଧର ରାଓଙ୍କୁ ମଧ୍ୟପ୍ରଦେଶ, ବିଜୟ ରୂପାଣୀଙ୍କୁ ପଞ୍ଜାବ ଓ ଚଣ୍ଡୀଗଡ, ତରୁଣ ଚୁଘଙ୍କୁ ତେଲେଙ୍ଗାନା, ଅରୁଣ ସିଂହଙ୍କୁ ରାଜସ୍ଥାନ, ମହେଶ ଶର୍ମାଙ୍କୁ ତ୍ରିପୁରା, ମଙ୍ଗଲ ପାଣ୍ଡେଙ୍କୁ ପଶ୍ଚିମବଙ୍ଗ ଏବଂ ସମ୍ବିତ ପାତ୍ରଙ୍କୁ ପୂର୍ବୋତ୍ତର ରାଜ୍ୟର ପ୍ରଭାରୀ ନିଯୁକ୍ତ କରାଯାଇଛି ।