ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ବହୁତ ବଡ଼ ‘ଖେଲା ହୋବେ’ । ଏମିତି କିଛି କହିଚନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀ ଦଳମାନେ ଏକଜୁଟ ହେବେ ଏବଂ ବହୁତ ବଡ଼ ‘ଖେଲା ହୋବେ’ ବୋଲି ସେ କହିଛନ୍ତି । ଏଥିପାଇଁ ଟିଏମ୍ସି ଅନ୍ୟ ବିରୋଧୀ ଦଳ ସହ ହାତ ମିଳାଇବେ ବୋଲି ମମତା କହିଛନ୍ତି । ଏକ ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ, ଅହଙ୍କାର ଏବଂ ଲୋକଙ୍କ କ୍ରୋଧ ଯୋଗୁଁ ବିଜେପି କ୍ଷମତାଚ୍ୟୁତ ହେବ । ୨୦୨୪ ନିର୍ବାଚନ ପାଇଁ ନୀତୀଶ କୁମାର, ହେମନ୍ତ ସୋରେନ ଏବଂ ଅନ୍ୟମାନଙ୍କ ସହ ମୁଁ ମିଳିତ ଭାବେ କାମ କରିବାକୁ ପ୍ରସ୍ତୁତ । ସମସ୍ତ ବିରୋଧୀ ଦଳ ଏକଜୁଟ ହେଲେ ବିଜେପି ପରାସ୍ତ ହେବା ନିଶ୍ଚିତ ବୋଲି ମମତା କହିଛନ୍ତି । ସେ କହିଛନ୍ତି, ସିବିଆଇ ଏବଂ ଇଡି ଦ୍ୱାରା ବିଜେପି ଆମକୁ ଧମକ ଦେଉଛି । ସେମାନେ ଯେତେ ଅଧିକ କୌଶଳ ଅନୁସରଣ କରିବେ, ଆଗାମୀ ପଞ୍ଚାୟତ ନିର୍ବାଚନ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ସେମାନେ ପରାଜୟର ସେତିକି ନିକଟତର ହେବେ ବୋଲି ସେ କହିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍