୨୦୨୪ ଲୋକସଭା ନିର୍ବାଚନ ଏବଂ ଚଳିତ ବର୍ଷ ଶେଷ ବେଳକୁ ୫ଟି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ମେଗା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ପର୍ଯ୍ୟାୟ ଭିତ୍ତିରେ ଇଭିଏମ ଓ ପେପର ଟ୍ରେଲ ମେସିନଗୁଡ଼ିକର ଯାଞ୍ଚ କରୁଛି କମିଶନ । ଫାଷ୍ଟ ଲେବଲ ଚେକ୍ ବା ଏଫଏଲସି ପ୍ରକ୍ରିୟାରେ ମକ୍ ପୋଲ୍ ପ୍ରକ୍ରିୟା ବି ଚାଲିଥିବା ସୂଚନା ମିଳିଛି । କେରଳର ସମସ୍ତ ନିର୍ବାଚନ ମଣ୍ଡଳୀରେ ଏହି ପ୍ରକ୍ରିୟା ଯାଞ୍ଚ ଚାଲିଛି ବୋଲି କମିଶନ ପକ୍ଷରୁ କୁହାଯାଇଛି । ପ୍ରତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ସୂଚନା ପ୍ରଦାନ କରାଯାଉଛି । ଚଳିତ ବର୍ଷ ଶେଷ ବେଳକୁ ରାଜସ୍ଥାନ, ମିଜୋରାମ, ଛତିଶଗଡ଼, ତେଲଙ୍ଗାନା ଓ ମଧ୍ୟପ୍ରଦେଶରେ ନିର୍ବାଚନ ହେବାକୁ ଯାଉଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ