The Topmost

“The eyes believe themselves, the ears believe other people.”

୨୦୨୪ ଟି-୨୦ ବିଶ୍ୱକପ ପାଇଁ ତାରିଖ ଘୋଷଣା 

ଟି-୨୦ ବିଶ୍ୱକପ ୨୦୨୪ ପାଇଁ କାର୍ଯ୍ୟସୂଚୀ ସାମ୍ନାକୁ ଆସିଛି । ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳଯିବା ଟୁର୍ଣ୍ଣାମେଣ୍ଟ । ଆସନ୍ତା ଜୁନ ୪ ତାରିଖରୁ ୩୦ ତାରିଖ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରଯିବ । ମୋଟ ୧୦ ଟି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ୨୭ ଦିନରେ ମୋଟ ୫୫ଟି ମ୍ୟାଚ ଖେଳାଯିବ । ଗତ ଟି-୨୦ ବିଶ୍ୱକପଠାରୁ ଆଗାମୀ ବିଶ୍ୱକପ ଟିକେ ଭିନ୍ନ ରହିବ । ଏଥିର ୧୬ ପରିବର୍ତ୍ତେ ୨୦ ଟି ଦଳ ଟୁର୍ଣ୍ଣାମେଣ୍ଟ ଖେଳିବେ । ୨୦ ଟିମକୁ ୫ ଲେଖାଏଁ ୪ ଟି ଗ୍ରୁପରେ ଭାଗ କରାଯିବ । ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ଦୁଇଟି ଲେଖାଏଁ ଟିମ ସୁପର-୮ ମ୍ୟାଚ ଖେଳିବେ । ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୪ଟି ଟିମ୍ ସେମିଫାଇନାଲ ଖେଳିବେ । ଗତ ଟି-୨୦ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଥିଲା ଇଂଲଣ୍ଡ । ତେବେ ଆଇସିସି ରାଙ୍କି ଅନୁସାରେ ଶ୍ରେଷ୍ଠ ୧୦ ଟିମ ଚୟନ ସରିଛି । ୟୁରୋପ, ଇଷ୍ଟ ଏସିଆ, ଆମେରିକା, ଏସିଆ, ଆଫିକ୍ରା ଭଳି କିଛି ଟିମକୁ ଟୁର୍ଣ୍ଣାମଂଟ ଖେଳିବା ପାଇଁ କ୍ୱାଲିଫାଏ କରିବାକୁ ପଡିବ ।