ଡିଜିଟାଲ ପେମେଣ୍ଟ ବଢିବା ସହ ସେତିକି ମାତ୍ରାରେ ବଢିଚାଲିଛି ଅନଲାଇନ ଠକେଇ । ଗତ କିଛି ବର୍ଷ ମଧ୍ୟରେ ମାତିଛନ୍ତି ସାଇବର ଠକ । ଆଉ ଏବେ ସାଇବର ଠକଙ୍କୁ ସାବାଡ କରିବାକୁ ଅଣ୍ଟା ଭିଡିଛନ୍ତି ସରକାର ଓ ଆରବିଆଇ । ଅନଲାଇନ ଠକେଇକୁ ରୋକିବା ପାଇଁ ପ୍ରଥମ ଟ୍ରାଞ୍ଜାକ୍ସନ ପ୍ରକ୍ରିୟାରେ କିଛି ନିୟମ ଲାଗୁ ହେବାକୁ ଯାଉଛି । ଦୁଇ ଜଣଙ୍କ ମଧ୍ୟରେ ପ୍ରଥମ ଥର ହେବାକୁ ଥିବା ପ୍ରଥମ ଟ୍ରାଞ୍ଜାକ୍ସନରେ ନୂଆ ନିୟମ ଲାଗୁ କରାଯିବ । ଏହା ଦ୍ବାରା ଏକ ନିର୍ଦ୍ଦିଷ୍ଟ ରାଶି ନେଣଦେଣ କଲେ ସମୟ ସୀମା ଲାଗୁ ହେବ । ୨୦୦୦ ରୁ ଅଧିକ ଟଙ୍କା କାରବାର କଲେ ଦୁଇ ଜଣ ୟୁଜର୍ସଙ୍କୁ ୪ ଘଣ୍ଟା ଅପେକ୍ଷା କରିବାକୁ ପଡିବ । ୪ ଘଣ୍ଟା ପ୍ରକ୍ରିୟାକୁ ସାମିଲ କଲେ ଡିଜିଟାଲ ପେମେଣ୍ଟରେ ବାଧା ଉପୁଜିବ । କିନ୍ତୁ ଏହାଦ୍ବାରା ସାଇବର ସୁରକ୍ଷାକୁ ସୁନିଶ୍ଚିତ କରାଯାଇ ପାରିବ । ଏହି ପ୍ରକ୍ରିୟାକୁ IMPS (intrest payment service), UPI ଓ RTGS (ରିଅଲ ଟାଇମ ଗ୍ରସ ସେଟେଲମେଣ୍ଟ)ରେ ସାମିଲ କରାଯିବ । ବର୍ତ୍ତମାନ ଯଦି କୌଣସି ୟୁଜର ଅନଲାଇନ ନେଣଦେଣ ପାଇଁ ନୂଆ UPI ଆକାଉଣ୍ଟ ଖୋଲନ୍ତି ତେବେ ୨୪ ଘଣ୍ଟାରେ କେବଳ ୫୦୦୦ ଟଙ୍କା ଟ୍ରାଞ୍ଜାକ୍ସନ କରିପାରିବେ । ଠିକ୍ ସେହିପରି ଯଦି NEFT ରେ ଯଦି ପ୍ରଥମ ଥର ଟ୍ରାଞ୍ଜାକ୍ସନ କରୁଛନ୍ତି ତେବେ ୨୪ ଘଣ୍ଟାରେ କେବଳ ୫୦ ହଜାର ଟଙ୍କା କାରବାର କରିପାରିବେ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ