ଆର୍ଥିକ ସଂକଟ ଦେଇ ଗତି କରୁଛି ପାକିସ୍ତାନ । ଖାଇବା ପିଇବା ସାମଗ୍ରୀ ଦର ପାରିସ୍ତାନରେ ଆକଶ ଛୁଆଁ ହୋଇଥିବା ବେଳେ ଏବେ ତୈଳ ଦରକୁ ନେଇ ଚିନ୍ତା ବଢିଯାଇଛି । ପେଟ୍ରୋଲ-ଡିଜେଲ ସପ୍ଲାଏ ଜାରି ରଖିବା ପାକିସ୍ତାନ ପାଖରେ ଚ୍ୟାଲେଞ୍ଜ୍ ହୋଇପଡିଛି । ଏଭଳି ପରିସ୍ଥିତିରେ ପେଟ୍ରୋଲ ଡିଜେଲକୁ ନେଇ ଦେଶରେ ଯେପରି କୌଣସି କଳାବଜାରୀ ନହେଉ ସେଥିଲାଗି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି । ଦେଶରେ ଯେପରି କଳାବଜାରି ପାଇଁ କୌଣସି ପ୍ରକାରର ପେଟ୍ରୋଲ ଡିଜେଲ ସପ୍ଲାଏରେ ଅସୁବିଧା ନହେଉ ସେନେଇ ପାକିସ୍ତାନର ପେଟ୍ରୋଲିୟ ମନ୍ତ୍ରୀ ଚେତାବନୀ ଦେଇଛନ୍ତି । ଚେତାବନୀ ଦେଇ ପେଟ୍ରୋଲିୟମ୍ ମନ୍ତ୍ରୀ କହିଛନ୍ତି, ସରକାର ସେହି ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବ, ଯେଉଁମାନେ ପେଟ୍ରୋଲ ଡିଜେଲକୁ ବିନା କୌଣସି କାରଣରେ ଗଛିତ କରି ରଖିବେ । ତେବେ ପାକିସ୍ତାନ ପାଖରେ ମାତ୍ର ୨୦ ଦିନ ପାଇଁ ପେଟ୍ରୋଲ ଏବଂ ୨୯ ଦିନ ପାଇଁ ଡିଜେଲ୍ ଉପଲବ୍ଧ ରହିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍