The Topmost

“The eyes believe themselves, the ears believe other people.”

୧୭ଟି ପ୍ରସ୍ତାବ ଉପରେ ମୋହର

ସରିଲା ରାଜ୍ୟ କ୍ୟାବିନେଟ୍‌ର ବୈଠକ । ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍‌ର ଏହି ବୈଠକରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏନେଇ ବିଧାନସଭାରେ ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ମିଳିଥିବା ତଥ୍ୟ ଅନୁସାରେ ୨୦୨୨ ଆଇଟି ପଲିସିକୁ କ୍ୟାବିନେଟର ମୋହର ଲାଗିଛି । ଆଇଟି କ୍ଷେତ୍ରରେ ଅଧିକ ନିଯୁକ୍ତି ଓ ପୁଞ୍ଜିନିବେଶର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏହାସହିତ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ରାଜ୍ୟ ସରକାର ୯.୬୮ ଏକର ଜମି ଖୋର୍ଦ୍ଧା ବରୁଣେଇ ଠାରେ ଜମି ଯୋଗାଇ ଦିଆଯାଇଛି ।