ଡାକଘରେ ଜାତୀୟ ପତାକା ବିକ୍ରି ଏବଂ ବିତରଣ ସୁବିଧା । ୧୫ ତାରିଖ ଯାଏଁ ଛୁଟିଦିନ ସହ ସବୁଦିନ ଖୋଲା ରହିବ ଡାକଘର । ସ୍ୱାଧୀନତା ଦିବସ ପୂର୍ବରୁ ପଡ଼ୁଥିବା ସବୁ ସରକାରୀ ଛୁଟି ଦିନ ସହିତ ସବୁଦିନ ଦେଶର ସବୁ ଡାକଘର ଖୋଲା ରହିବ । ହର ଘର ତିରଙ୍ଗା ଅଭିଯାନ ଅନ୍ତର୍ଗତ ଜାତୀୟ ପତାକା ବିକ୍ରି ଏବଂ ବିତରଣ ସୁବିଧା ଯୋଗାଇ ଦେବା ନିମନ୍ତେ ଡାକଘର ଖୋଲା ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି । ଏହି ଗଣ ଅଭିଯାନକୁ ସମର୍ଥନ ଯୋଗାଇ ଦେବା ଲାଗି ସବୁ ଡେଲିଭରି ପୋଷ୍ଟ ଅଫିସ ସମେତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଡାକଘର ଗୁଡ଼ିକ ସବୁଦିନ ଖୋଲା ରହିବ । ଡାକଘର ଗୁଡ଼ିକରେ ଅତି କମରେ ଗୋଟିଏ କାଉଣ୍ଟର ଜରିଆରେ ୭, ୯ ଏବଂ ୧୪ ଅଗଷ୍ଟ ୨୦୨୨ରେ ପଡ଼ୁଥିବା ସରକାରୀ ଛୁଟି ଦିବସରେ ଜାତୀୟ ପତାକା ବିକ୍ରି ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସବୁ ଡେଲିଭରୀ ପୋଷ୍ଟ ଅଫିସରେ ଜାତୀୟ ପତାକା ବିତରଣ ନିମନ୍ତେ ମଧ୍ୟ ବିଶେଷ ବ୍ୟବସ୍ଥା କରାଯିବ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ