ରଜ ପୂର୍ବରୁ ଓଡ଼ିଶା ଛୁଇଁବନି ମୌସୁମୀ। ୧୩ ତାରିଖ ପୂର୍ବରୁ ମୌସୁମୀ ଓଡ଼ିଶା ଆସିବାର ସମ୍ଭାବନା ନାହିଁ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) କରିଛି ଏହି ଆକଳନ। ଆଇଏମଡିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଏକ ବୁଲେଟିନ୍ ଜାରି କରାଯାଇଛି। ଏହି ବୁଲେଟିନ୍ରେ ଆଜିଠୁ ୫ ଦିନ ପର୍ଯ୍ୟନ୍ତ ପାଣିପାଗ ବିଷୟରେ ସୂଚନା ଦିଆଯାଇଛି। ଏଥିରେ ମହାରାଷ୍ଟ୍ର, ଗୋଆ ଓ କର୍ଣ୍ଣାଟକାରେ ଗତ ଦୁଇ ଦିନ ଭିତରେ ମୌସୁମୀ ପ୍ରବେଶ କରିବା ସୂଚନା ଦିଆଯାଇଛି। ଓଡ଼ିଶାରେ ମୌସୁମ ପ୍ରବେଶ କରିବା ନେଇ ଏଥିରେ ସୂଚନା ନାହିଁ। ୧୩ ତାରିଖ ପୂର୍ବରୁ ମୌସୁମୀ ଓଡ଼ିଶା ଆସିବା ସମ୍ଭାବନା ନାହିଁ। ରଜରେ ଓଡ଼ିଶାକୁ ମୌସୁମୀ ଆସିବା ନେଇ ଆକଳନ ହୋଇନି। ତେବେ ଓଡ଼ିଶାରେ ରଜରେ ମୌସୁମୀ ଜନିତ ବର୍ଷା ହେବ କି ନାହିଁ, ୧୧ ତାରିଖ ସୁଦ୍ଧା ଜଣାପଡ଼ିବ।
ଶ୍ରୀ ଜେନାମଣି ଆହୁରି କହିଛନ୍ତି, ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳକୁ ମୌସୁମୀ ଛୁଇଁଲାଣି। ଦକ୍ଷିଣ ଭାରତରେ ବି ମୌସୁମୀର ଅଗ୍ରଗତି ଉତ୍ସାହଜନକ ରହିଛି। ଦକ୍ଷିଣ ମହାରାଷ୍ଟ୍ର, ଉତ୍ତର କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶର କିଛି ଅଞ୍ଚଳରେ ୫ ଦିନ ଭିତରେ ମୌସୁମୀ ଛଇଁବ। ଏହି ସବୁ ଅଞ୍ଚଳରେ ଭଲ ମୌସୁମୀ ବର୍ଷା ହେବ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ