ଘୋଷଣା ହୋଇଛି ପଦ୍ମ ପୁରସ୍କାର । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୧୩୨ ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଦକ୍ଷିଣ ଭାରତୀୟ ଅଭିନେତା ଚିରଞ୍ଜୀବୀ, ବିଜୟନ୍ତିମାଳା ବାଳି, ବିଦେଶ୍ୱର ପାଠକ, ପଦ୍ମ ଶୁଭ୍ରମଣ୍ୟମଙ୍କୁ ଦେଶର ଦ୍ୱିତୀୟ ବଡ ବେସାମରିକ ପଦ୍ମ ବିଭୂଷଣ ଉପାଧି ମିଳିବ । ୫ ଜଣଙ୍କୁ ପଦ୍ମ ବିଭୂଷଣ ଉପାଧି ମିଳିଥିବା ବେଳେ ୧୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୦ ଜଣଙ୍କୁ ପଦ୍ମଶ୍ରୀ ଉପାଧି ମିଳିବ । ତେବେ ପଦ୍ମଶୀ ପୁରସ୍କାର ତାଲିକାରେ ଓଡ଼ିଶାର ୪ ଜଣ ମନୋନିତ ହୋଇଛନ୍ତି । ପଦ୍ମଶୀ ପାଇଥିବା ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ ଅଛନ୍ତି ମହିଳା ମାହୁନ୍ତ ଆସମର ପାର୍ବର୍ତୀ ବରୁଆ, ଛତିଶଗଡର ଆଦିବାସୀ କର୍ମୀ ଯାଗେଶ୍ୱର ଯାଦବ ଓ ଝାଡଖଣ୍ଡର ମହିଳା ପରିବେଶବିତ୍ ଚାମି ମୁର୍ମୁ ପ୍ରମୁଖ ସାମିଲ ଅଛନ୍ତି । ମଣିଷ ଓ ହାତୀଙ୍କ ମଧ୍ୟରେ ଚାଲିଥିବା ଲଢେଇକୁ କମ କରିବା ପାଇଁ ପାର୍ବତୀ ବରୁଆ ରାଜ୍ୟ ସରକାରଙ୍କୁ ସହାୟତା କରିଛନ୍ତି । ତେବେ ପଦ୍ମ ଉପାଧି ପାଇଥିବା ସମସ୍ତ ପ୍ରତିଭାଙ୍କୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା