ବଦଳିଲେ ୧୨ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ଓ ଉପରାଜ୍ୟପାଳ । ନୂଆ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ପଦରେ ଥିବା ବିଶ୍ବଭୂଷଣ ହରିଚନ୍ଦନ ହେଲେ ଛତିଶଗଡ଼ ଗଭର୍ଣ୍ଣର । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ହେଲେ ପୂର୍ବତନ ଜଷ୍ଟିସ ଏସ. ଅବଦୁଲ ନଜୀର । ସେହିପରି ଝାଡ଼ଖଣ୍ଡ ରାଜ୍ୟପାଳ ହେଲେ ସିପି ରାଧାକ୍ରିଷ୍ଣନ । ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ଥିବା ବ୍ରିଗେଡିୟର ବିଡି ମିଶ୍ରଙ୍କୁ ଲଦାଖ ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ଶିବପ୍ରସାଦ ଶୁକ୍ଳା ହିମାଚଳ, ଗୁଲାବ ଚାନ୍ଦ କଟାରିୟାଙ୍କୁ ଆସାମ ଦାୟିତ୍ବ ମିଳିଛି । ମହାରାଷ୍ଟ୍ର ରାଜ୍ୟପାଳ ଭଗବନ୍ତ ସିଂହ କୋସୟାରିଙ୍କ ଇସ୍ତଫାକୁ ଗ୍ରହଣ କଲେ ରାଷ୍ଟ୍ରପତି ।ଲେଫ୍ଟନାଣ୍ଟ ଜେନେରାଲ କୈବଲ୍ୟ ତ୍ରିବିକ୍ରମ ପରନାଇକଙ୍କୁ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ, ଛତିଶଗଡ଼ ରାଜ୍ୟପାଳ ଅନୁସୟା ଉଇକେଙ୍କୁ ମଣିପୁର, ମଣିପୁର ରାଜ୍ୟପାଳ ଏଲ. ଗଣେଶନଙ୍କୁ ନାଗାଲାଣ୍ଡ, ବିହାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ହିମାଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆଲେର୍କରଙ୍କୁ ବିହାର ଏବଂ ଝାରଖଣ୍ଡ ରାଜ୍ୟପାଳ ରମେଶ ବେସଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ