୧୨ଟି ଜାଲ କମ୍ପାନୀ ଚଳାଉଥିଲେ ଅର୍ପିତା ମୁଖାର୍ଜୀ । ଅର୍ପିତାଙ୍କ ଜୋକା ଫ୍ଲାଟରେ ଚଢାଉ ସମୟରେ ଏ ସମ୍ପର୍କିତ କାଗଜପତ୍ର ଜବତ କରିଛି ଇଡି । ପ୍ରାଥମିକ ତଦନ୍ତ ଆଧାରରେ ଇଡି ଏହି ସୂଚନା ପାଇଥିବା ସୂଚନା । ଏଥିରେ କିଛି ଅଭିନେତା ଏବଂ ଓଡ଼ିଶା, ତାମିଲନାଡୁର ବିଭିନ୍ନ ଫିଲ୍ମ ପ୍ରଡକ୍ସନ ହାଉସର ଲୋକମାନେ ବି ସମ୍ପୃକ୍ତ ଥିବା ସନ୍ଦେହ କରୁଛି ଇଡି । ତେବେ ସେଭଳି ଲୋକମାନଙ୍କ ଉପରେ ଏବେ ନଜର ରଖାଯାଇଛି । ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି । ଅର୍ପିତାଙ୍କ ବାସ ଭବନରୁ ନଗଦ ୨୦ କୋଟି ଟଙ୍କା ଜବତ ହେବା ପରେ ତାଙ୍କୁ ଗିରଫ କରିଛି ଇଡି । ଜବତ ହୋଇଥିବା ନଗଦ ଟଙ୍କା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ତାଙ୍କ ଘରୁ ବାହାରକୁ ଯିବା ପାଇଁ ଯୋଜନା ଥିଲା ବୋଲି ପଚରାଉଚରା ବେଳେ କହିଛନ୍ତି ଅର୍ପିତା । ତେବେ ଅର୍ପିତା ମୁଖାର୍ଜୀ ଓ ପାର୍ଥ ଚାଟାର୍ଜୀ ମିଳିତ ଭାବେ ସମ୍ପତିର ମାଲିକ ବୋଲି କହିଛନ୍ତି ଅର୍ପିତା ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ