ଶେଷହେଲା କଟକ ଐତିହାସିକ ବାଲିଯାତ୍ରା । ତେବେ ଉତ୍ସବରେ ରେକର୍ଡ ପରିମାଣର ବ୍ୟବସାୟ ହୋଇଛି । ୧୦ ଦିନ ମଧ୍ୟରେ ୨୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି । ୨୦୧୯ରେ ଏହି ମେଳାରୁ ୧୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ରେକର୍ଡ଼ କରାଯାଇଥିବା ବେଳେ ଏଥର ଏହି ରେକର୍ଡ ଭାଙ୍ଗିଛି । ଆସନ୍ତାବର୍ଷ ଏହି ମେଳାକୁ ଆହୁରି ଅଧିକ ନୂତନ ସାମଗ୍ରୀ ଅଣାଯିବା ସହିତ ମହିଳାଙ୍କ ଉତ୍ପାଦକୁ ବିକ୍ରି ପାଇଁ ଅଧିକ ପ୍ରୋତ୍ସାହନ ଦିଆଯିବ । ଏଥର ଓରମାସ ମେଳାରେ ୪୬୦ ଷ୍ଟଲ ଖୋଲିଥିଲା । ମିଶନ ଶକ୍ତି, ନାବାର୍ଡ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ବେସରକାରୀ ସଂସ୍ଥା ଭାଗ ନେଇଥିଲେ । ମେଳାରେ ପ୍ରାୟ ୧୬ରୁ ଅଧିକ ନୂତନ ସାମଗ୍ରୀକୁ ପ୍ରମାଣପତ୍ର ଦିଆଯାଇଥିଲା ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି