ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ସନ୍ଧ୍ୟା ସାଢେ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଲୋକସେବା ଭବନରେ ବସିବାକୁ ଥିବା ଏହି ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ମୋହର ବାଜିବ । ୧୦ରୁ ଅଧିକ ଏଜେଣ୍ଡା ଉପରେ କ୍ୟାବିନେଟରେ ଆଲୋଚନା ହେବ । ସମସ୍ତ ପ୍ରସ୍ତାବରେ ଫୋକସରେ ରହିବ ଭିତ୍ତିଭୂମି ନିର୍ମାଣ । ଏହାଛଡ଼ା ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିବ । ଆଗାମୀ ୨୧ ତାରିଖରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆଜି କ୍ୟାବିନେଟ ବୈଠକ ବିଶେଷ ଗୁରୁତ୍ୱ ବହନ କରିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା