ଉତ୍ତରପ୍ରଦେଶରେ ପୁଣି ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ପ୍ରଶ୍ନ । ଲକ୍ଷ୍ନୌର ଏକ କୋର୍ଟ ରୁମ୍ ପରିସରରେ ଗ୍ୟାଙ୍ଗଷ୍ଟର ସଞ୍ଜିବ ଜୀଭାଙ୍କୁ ଗୁଳି କରି ହତ୍ୟା । ଜଣେ ଦୁର୍ବୁତ୍ତ ସଞ୍ଜିବ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ବୁତ୍ତ ଜଣକ ଓକିଲ ବେଶରେ ଆସି ଗୁଳି ମାଡ଼ କରିଥିବା ଜଣାପଡ଼ିଛି । ଏଥିସହ ଗୁଳି ମାଡ଼ରେ ଜଣେ ଝିଅ ଓ ଜଣେ ପୋଲିସ କର୍ମଚାରୀ ମଧ୍ୟ ଗୁରୁତର ହୋଇଛନ୍ତି । ଏକ ମାମଲାରେ ଶୁଣାଣି ହେବାକୁ ଥିବା ବେଳେ କୋର୍ଟରେ ହାଜର ହୋଇଥିଲା ସଞ୍ଜିବ । ଡନ୍ ମୁଖତାର ଅନସାରୀର ପାଖ ଲୋକ ଥିଲା ସଞ୍ଜିବ ଜିଭା । ଜଣେ ବିଜେପି ନେତା ବ୍ରହ୍ମ ଦତ୍ତଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ସଞ୍ଜୀବ । ଏଥିସହିତ ସେ ଅନ୍ୟ ମାମଲାରେ ମଧ୍ୟ ଅଭିଯୁକ୍ତ ଥିଲା ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ