ଏଣିକି ୪ ବର୍ଷରେ ମିଳିବ ସ୍ନାତକ ଡିଗ୍ରୀ । ୟୁଜିସି ଜାରି କଲା ନୂଆ ବିଜ୍ଞପ୍ତି । ତିନିବର୍ଷିଆ ସ୍ନାତକ ପାଠ୍ୟକ୍ରମ ପରିବର୍ତ୍ତେ ଚାରିବର୍ଷିଆ ପାଠ୍ୟକ୍ରମ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି ୟୁଜିସି । ଅର୍ଥାତ ଅନର୍ସ ଡିଗ୍ରୀ ହେବ ୪ ବର୍ଷିଆ ପାଠ୍ୟକ୍ରମ । ତେବେ ବଡ କଥା ହେଲା ସ୍ନାତକ ପାଠ୍ୟକ୍ରମର ପ୍ରଥମବର୍ଷ ପୂରଣ କଲେ ବି ମିଳିବ ବର୍ଷିକିଆ ସାର୍ଟିଫିକେଟ୍ । ଦୁଇବର୍ଷରେ ଡିପ୍ଲୋମା ସାର୍ଟିଫିକେଟ ମିଳିବ । ତିନି ବର୍ଷ ଶେଷରେ ସ୍ନାତକ ସାର୍ଟିଫିକେଟ ଦିଆଯିବ । ଅନର୍ସ ଏବଂ ରିସର୍ଚ୍ଚ ସହ ଡିଗ୍ରୀ ପାଇଁ ଚାରିବର୍ଷ ପାଠ୍ୟକ୍ରମ ବା ୮ଟି ସେମିଷ୍ଟାରରେ କୃତକାର୍ଯ୍ୟ ହେବାକୁ ପଡିବ । ଯେଉଁମାନେ ଅଧାରୁ ପାଠ ଛାଡିବେ ସେମାନଙ୍କ ପାଇଁ ଦ୍ୱିତୀୟ ସୁଯୋଗ ରହିବ ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା