ନ୍ୟାସ୍ନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ଅନୁଦାନ ଆୟୋଗର ନେଟ୍ ଡିସେମ୍ବର ୨୦୨୩ ପରୀକ୍ଷା ପାଇଁ ଆବେଦନ ଅବଧି ବୃଦ୍ଧି କରାଯାଇଛି। ପୂର୍ବରୁ ଆବେଦନ ଅବଧି ୨୮ତାରିଖ ପର୍ଯ୍ୟନ୍ତ ଥିବା ବେଳେ ତାହା ୩୧ତାରିଖକୁ ବୃଦ୍ଧି କରାଯାଇଥିବା ନେଇ ଏନ୍ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୩୧ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆବେଦନ କରିବା ସହିତ ପରୀକ୍ଷା ଫି’ ଦାଖଲ କରିବାକୁ ହେବ। ଆବେଦନ ଫର୍ମରେ ପରିବର୍ତ୍ତନ କରିବା ପାଇଁ ନଭେମ୍ବର ପହିଲାରୁ ୩ ତାରିଖ ମଧ୍ୟରେ ଆବେଦନ କରିପାରିବେ। ସୂ ଚନା ଅନୁଯାୟୀ ଆବେଦନ ସମୟ ବୃଦ୍ଧି କରିବାକୁ ବହୁ ଛାତ୍ରଛାତ୍ରୀ ଅନୁରୋଧ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଅବଧି ବୃଦ୍ଧି କରାଯାଇଥିବା ଏନ୍ଟିଏ ପକ୍ଷରୁ ଦର୍ଶାଯାଇଛି।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ