The Topmost

“The eyes believe themselves, the ears believe other people.”

ୟୁକ୍ରେନ ସେନାର ଅତର୍କିତ ଆକ୍ରମଣରେ ଘାଇଲା ଋଷ୍ ସୈନ୍ୟ

ୟୁକ୍ରେନ ସେନାର ଅତର୍କିତ ଆକ୍ରମଣରେ ଘାଇଲା ଋଷ୍ ସୈନ୍ୟ । ରୁଷ ସୈନ୍ୟଙ୍କ ଉପରେ ଅତର୍କିତ ଆକ୍ରମଣ କରି ସେମାନଙ୍କୁ ଚକିତ କରିଦେଇଛନ୍ତି ୟୁକ୍ରେନ ସୈନ୍ୟମାନେ । ଏପରିକି ରୁଷ ଦ୍ବାରା ଗତ ୬ ମାସ ହେଲା ଅଧିକାର କରାଯାଇଥିବା କେତେକ ଅଞ୍ଚଳକୁ ମୁକ୍ତ କରିବାରେ ୟୁକ୍ରେନ ସୈନ୍ୟମାନେ ସଫଳ ହୋଇଛନ୍ତି । କେତେକ ସ୍ଥାନରେ ରୁଷ ସୈନ୍ୟମାନଙ୍କୁ ନିଜ ଦେଶର ସୀମା ମଧ୍ୟକୁ ପଳାୟନ କରିବାକୁ ପଡ଼ିଛି । ଏହାରିଭିତରେ ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ ଉତ୍ତର-ପୂର୍ବାଞ୍ଚଳରେ ଥିବା ଖାରକିବ୍ ଅଞ୍ଚଳର କେତେକ ଗ୍ରାମକୁ ରୁଷ୍ ସୈନ୍ୟଙ୍କ କବଳରୁ ମୁକ୍ତ କରାଯାଇଛି । ସେସବୁ ଗ୍ରାମ ଗତ ଫେବ୍ରୁଆରି ୨୪ରୁ ରୁଷ ସୈନ୍ୟଙ୍କ କବଜାରେ ଥିଲା । ସୀମାନ୍ତରେ ଥିବା କେତେକ ଗ୍ରାମକୁ ମୁକ୍ତ କରିବା ସହ ୟୁକ୍ରେନ ସେନା ରୁଷ ସୈନ୍ୟଙ୍କୁ ରୁଷ ସୀମା ମଧ୍ୟକୁ ଫେରିଯିବାକୁ ବାଧ୍ୟ କରିଛି । ଗତ ଫେବ୍ରୁଆରି ୨୪ରେ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଏପରି ହୋଇଛି ବୋଲି ଖାରକିବ୍ ଅଞ୍ଚଳର ଗଭର୍ଣ୍ଣର ଏଲେ ସିନେଉବୋଭ୍ କହିଛନ୍ତି ।