ୟୁକ୍ରେନ ଓ ଆମେରିକା ଉପରେ ସଂଗୀନ ଅଭିଯୋଗ ଆଣିଲା ରୁଷ । କିଛି ଦିନ ପୂର୍ବରୁ ରୁଷ ଅଭିଯୋଗ କରିଥିଲା ୟୁକ୍ରେନ ରାସାୟନିକ ଓ ଜୈବିକ ଅସ୍ତ୍ର ପ୍ରସ୍ତୁତ କରୁଛି । ଏହି ଘାତକ ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ଆମେରିକା ଫଣ୍ଡିଙ୍ଗ କରୁଥିବା ଏବେ ନୂଆ ଅଭିଯୋଗ କରିଛି କ୍ରେମଲିନ । ମସ୍କୋରେ ଆୟୋଜିତ ୱାଶିଂଟନ ଇଂଟରନ୍ୟାନାଲ ପୋଗ୍ରାମରେ ଏକ ରିପୋର୍ଟ ଉପସ୍ଥାପନା କରିଛି କ୍ରେମଲିନ । ରୁଷର ନ୍ୟୁକ୍ଲିୟର ଓ କେମିକାଲ ଡିଫେନ୍ସ ଫୋର୍ସେସ କମାଣ୍ଡର ଲେପ୍ଟନାଂଟ ଜେନରଲ ଇଗୋର କିରିଲୋବ କହିଛନ୍ତି ୟୁକ୍ରେନରେ ଆମେରିକା ଏକ ରାସାୟନିକ ଓ ବାୟୋଲୋଜିକାଲ ଲ୍ୟାବ ରହିଛି । ଯାହାର ପରିଚାଳନା ଆମେରିକାରେ ହେଉଛି । କିଛି ଦସ୍ତାବିଜ ମଧ୍ୟ ମିଳିଛି । ଯେଉଁଥିରେ ପ୍ରମାଣ ମିଳିଛି କି ଉଭୟ ଆମେରିକା ଓ ୟୁକ୍ରେନ ଏହି ଅସ୍ତ୍ରକୁ ମିଳିତଭାବେ ପ୍ରସ୍ତୁତ କରୁଛନ୍ତି । ରୁଷ ଏକଥାର ମଧ୍ୟ ଆଶଙ୍କା କରୁଛି ଏହି ଅସ୍ତ୍ର ଗୁଡିକ ତା ବିରୋଧରେ ବ୍ୟବହାର କରାଯାଇପାରେ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ