ନୂଆଦିଲ୍ଲୀ: ମାର୍ଚ୍ଚ ୦୫: ଉପଗ୍ରହଭିତ୍ତିକ ଇଣ୍ଟରନେଟ ସେବା ଷ୍ଟାରଲିଙ୍କ ନେଟୱର୍କକୁ ସାବଧାନତା ସହ ବ୍ୟବହାର କରିବା ଲାଗି ପ୍ରତିଷ୍ଠାତା ଏଲନ ମସ୍କ ୟୁକ୍ରେନକୁ ସତର୍କ କରାଇଛନ୍ତି । କମର୍ସିଆଲ ଇଣ୍ଟରନେଟ ନେଟୱର୍କକୁ ରୁଷ ଟାର୍ଗେଟ କରିପାରେ । ଏଭଳି ସ୍ଥଳେ କେବଳ ଆବଶ୍ୟକତା ପଡିଲେ ଷ୍ଟାରଲିଙ୍କ୍କୁ ଅନ୍ କରିବାକୁ ସେ ପରାମର୍ଶ ଦେଇଛନ୍ତି ।ଏଲନ୍ ମସ୍କ ଟୁଇଟ୍ରେ କହିଛନ୍ତି ଯେ, ଷ୍ଟାରଲିଙ୍କ ଏକମାତ୍ର ଅଣ ରୁଷିଆ ଭିତ୍ତିକ ଯୋଗାଯୋଗ ସିଷ୍ଟମ ଯାହା ଏବେ ମଧ୍ୟ ୟୁକ୍ରେନର କିଛି ଅଂଶରେ କାମ କରୁଛି । ଏଥିଲାଗି ନେଟୱର୍କକୁ ଟାର୍ଗେଟ କରାଯିବାର ଆଶଙ୍କା ରହିଛି । ଏହାକୁ ବିଚାର କରି ନେଟୱର୍କ ବ୍ୟବହାର ବେଳେ ସାବଧାନ ରୁହନ୍ତୁ । ୟୁକ୍ରେନର ଉପପ୍ରଧାନମନ୍ତ୍ରୀ ମାୟଖାଇଲୋ ଫେଡୋରୋବ ଏ ସମ୍ପର୍କିତ ଏକ ଫଟୋକୁ ଟୁଇଟ ମଧ୍ୟ କରିଛନ୍ତି ।ଉଲ୍ଲେଖଯୋଗ୍ୟ, ସ୍ପେଶ୍ଏକ୍ସ ମହାକାଶରେ ବୃହତ୍ ସଂଖ୍ୟାରେ ସାଟେଲାଇଟ ଉପଲବ୍ଧ କରାଯାଇଛି । ଏହା ଦ୍ୱାରା କମ୍ପାନି ବିନା କୌଣସି ଫାଇବର ଅପ୍ଟିକ୍ ବ୍ୟବହାର ଦ୍ୱାରା ସାରା ବିଶ୍ୱରେ ଇଣ୍ଟରନେଟ ସେବା ଯୋଗାଇ ପାରିବ । କମ୍ପାନି ଅଦ୍ୟାବଧି ୧୭୪୦ ସାଟେଲାଇଟ ମହାକାଶକୁ ପଠାଇଛି । ଏଣୁ ଏହାର ସିଷ୍ଟମକୁ ସୁରକ୍ଷିତ ରଖିବାକୁ କମ୍ପାନି ଗୁରୁତ୍ୱ ଦେଉଛି । ଆଗାମୀ ଦିନରେ ଏହି ସାଟେଲାଇଟ ସଂଖ୍ୟାକୁ ୪୦ ହଜାରକୁ ବୃଦ୍ଧି କରିବାକୁ ଏହା ଯୋଜନା ରଖିଛି ।
“The eyes believe themselves, the ears believe other people.”
More Stories
୪୩ ବର୍ଷରେ ୫୩ ଥର ବିବାହ
ମାଂସ ଖାଉଥିବା ପୁରୁଷଙ୍କ ଉପରେ ଲଗାନ୍ତୁ ସେକ୍ସ୍ ଷ୍ଟ୍ରାଇକ୍ !
ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି କି