ୟୁକ୍ରେନ୍: ମାର୍ଚ୍ଚ ୦୧: ୟୁକ୍ରେନର ସ୍ଥିତିକୁ ନେଇ ଚିନ୍ତାରେ ଭାରତ । ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ହେଉଥିବା ହିଂସାକୁ ତୁରନ୍ତ ବନ୍ଦ କରିବା ପାଇଁ ଆହ୍ୱାନ ମଧ୍ୟ ଦେଇଛି। ମିଳିତ ଜାତିସଂଘ ଜରୁରୀକାଳୀନ ବିଶେଷ ଅଧିବେଶନକୁ ସୋମବାର କହିଛନ୍ତି ଯେ ୟୁକ୍ରେନ୍ ରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ତୁରନ୍ତ ଜରୁରୀକାଳୀନ ସ୍ଥାନାନ୍ତର ପାଇଁ ନୂଆଦିଲ୍ଲୀ ଯଥାସମ୍ଭବ ଉଦ୍ୟମ କରୁଛି। ସେ କହିଛନ୍ତି ଯେ କୂଟନୈତିକ ପଥକୁ ଫେରିବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷର ଫେଡେରେଶନ ଏବଂ ୟୁକ୍ରେନର ନେତୃତ୍ୱ ସହ ହୋଇଥିବା ବାର୍ତ୍ତାଳାପରେ ଏହାକୁ ଦୃଢ ଭାବରେ ପ୍ରୋତ୍ସାହିତ କରିଛନ୍ତି ବୋଲି ତିରୁମୁର୍ତ୍ତୀ କହିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ସୀମା ପାର ହେବାରେ ଜଟିଳ ଏବଂ ଅନିଶ୍ଚିତ ପରିସ୍ଥିତି ଲୋକମାନଙ୍କର ନିରବଚ୍ଛିନ୍ନ ତଥା ପୂର୍ବାନୁମାନଯୋଗ୍ୟ ଗତିବିଧି ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ସେ କହିଛନ୍ତି ଯେ ଏହି ଗୁରୁତ୍ୱପୂର୍ଣ୍ଣ ମାନବିକ ଆବଶ୍ୟକତାକୁ ତୁରନ୍ତ ସମାଧାନ କରାଯିବା ଆବଶ୍ୟକ। ୟୁକ୍ରେନର ସମସ୍ତ ପଡୋଶୀ ଦେଶକୁ ଭାରତ ଧନ୍ୟବାଦ ଅର୍ପଣ କରିଛି ଯେଉଁମାନେ ଭାରତୀୟ ନାଗରିକଙ୍କ ପାଇଁ ସୀମା ଖୋଲିଛନ୍ତି ଏବଂ ଭାରତୀୟ ନାଗରିକମାନଙ୍କୁ ନିଜ ଦେଶକୁ ସ୍ଥାନାନ୍ତର କରିବା ପାଇଁ ଭାରତୀୟ ମିଶନ ଏବଂ ସେମାନଙ୍କ କର୍ମଚାରୀଙ୍କୁ ସମସ୍ତ ସୁବିଧା ଦେଇଛନ୍ତି। ସେ କହିଛନ୍ତି ଆମର ପଡ଼ୋଶୀ ତଥା ବିକାଶଶୀଳ ଦେଶରୁ ଯେଉଁମାନେ ୟୁକ୍ରେନରେ ଫସି ରହିଛନ୍ତି ଏବଂ ସାହାଯ୍ୟ ଲୋଡିପାରନ୍ତି ସେମାନଙ୍କୁ ସାହାଯ୍ୟ କରିବାକୁ ଆମେ ପ୍ରସ୍ତୁତ ଅଛୁ।
“The eyes believe themselves, the ears believe other people.”
More Stories
୪୩ ବର୍ଷରେ ୫୩ ଥର ବିବାହ
ମାଂସ ଖାଉଥିବା ପୁରୁଷଙ୍କ ଉପରେ ଲଗାନ୍ତୁ ସେକ୍ସ୍ ଷ୍ଟ୍ରାଇକ୍ !
ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି କି