The Topmost

“The eyes believe themselves, the ears believe other people.”

ୟୁକ୍ରେନର ଘନଘନ ଆକ୍ରମଣରେ ପୁଟିନ ଅତିଷ୍ଠ

ଆଶାଠାରୁ ଢେର ଅଧିକ ଦିନ ଚାଲିଲାଣି ଋଷ-ୟୁକ୍ରେନ ଯୁଦ୍ଧ । ଦିନ ଗଡ଼ିବା ସହ ୟୁକ୍ରେନର ଆକ୍ରମଣ ତୀବ୍ର ହେବାରେ ଲାଗିଛି । ଅନ୍ୟପକ୍ଷରେ ଋଷର ଅସ୍ତ୍ର ଭଣ୍ଡାର ଖାଲି ହେବାରେ ଲାଗିଛି । ନିଜ ଦେଶର ଅସ୍ତ୍ରଶସ୍ତ୍ର ସାମର୍ଥ୍ୟ ହ୍ରାସ ପାଉଥିବା ନେଇ ନିଜେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୟାନ ଦେଇଛନ୍ତି । ଏପରି ସ୍ଥିତିରେ ଦେଶର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସାମର୍ଥ୍ୟ ବୃଦ୍ଧି ଲାଗି ପ୍ରତିରକ୍ଷା ଶିଳ୍ପକୁ ନିର୍ଦ୍ଦେଶ ଦେଇଛନ୍ତି ପୁଟିନ । ସେ କହିଛନ୍ତି- ଋଷ ବାହିନୀ ବିରୋଧରେ ୟୁକ୍ରେନର ଆକ୍ରମଣ ତୀବ୍ର ହେଉଥିବା ସତ୍ତ୍ବେ ଋଷ ଏହାର ମୁକାବିଲା କରିବାରେ ସକ୍ଷମ ହେଉଛନ୍ତି । ତେଣେ ବାଖମୁତରେ ୟୁକ୍ରେନ ସୈନ୍ୟ ଋଷ ସୈନ୍ୟଙ୍କୁ ହଟାଇ କିଛି ଅଞ୍ଚଳରେ ଆଧିପତ୍ୟ ବିସ୍ତାର କରିଥିବା କହିଛନ୍ତି ୟୁକ୍ରେନର ଇଷ୍ଟ ମିଲିଟାରୀ କମାଣ୍ଡର । ଋଷର ସଶସ୍ତ୍ର ବାହିନୀ ମୁଖ୍ୟ ଭାଲେରି ଗେରାସିନୋଭ କହିଛନ୍ତି- ଚୀନ ସହ ତାଙ୍କ ଦେଶର ସାମରିକ ସହ ଭାଗିତା ବିଶ୍ବରେ ସ୍ଥିରତା ସୃଷ୍ଟିରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଚୀନ ପ୍ରତିପକ୍ଷା ଲିଉ ଝେନଲିଙ୍କ ସହ ଆଲୋଚନା ବେଳେ ସେ ଦ୍ବିପାକ୍ଷିକ ସହଯୋଗକୁ ଗୁରୁତ୍ବ ଦେଇଛନ୍ତି ।