The Topmost

“The eyes believe themselves, the ears believe other people.”

ୟୁଏନ୍ ରିପୋର୍ଟ୍ ଯୋଗୁଁ ଅଡୁଆରେ ପଡିଲା ଚୀନ୍

ଚୀନର ସିନାଜିୟାଙ୍ଗରେ ଥିବା ଉଇଗର ମୁସିଲମଙ୍କ ଉପରେ ଅତ୍ୟାଚାର ବଢୁଛି । ଏନେଇ ୟୁଏନର ମାନବାଧିକାର କାର୍ଯ୍ୟାଳୟ ଏକ ରିପୋର୍ଟ ଜାରି କରିଛି । ଯେଉଁଥିରେ ଚୀନ ଦ୍ୱାରା ଉଇଗର ମୁସଲିମଙ୍କ ବିରୋଧରେ ଭେଦଭାବ କରାଯାଉଛି । ଯାହା ମାନବିକତା ବିରୋଧି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଏହାସହ ଚୀନର ଆତଙ୍କବାଦ ଦମନ ନୀତି ଓ ଅନ୍ୟ ଅଧିକାର ଉଲ୍ଲଙ୍ଘନ ମାମଲାରେ ଅନ୍ତର୍ଜାତୀୟ ସମୁହ ହସ୍ତକ୍ଷେପ କରନ୍ତୁ ବୋଲି ୟୁଏନ କହିଛି । ସଂଯୁକ୍ତ ରାଷ୍ଟ୍ରର ମାନବାଧିକାର ମୁଖ୍ୟ ମିସେଲ୍ ବାଚଲେଟ୍ ରିପୋର୍ଟକୁ ଫେରସ୍ତ ନେବା ନେଇ ଚୀନର ଆବେଦନକୁ ଖାରଜ କରିଦେଇଛନ୍ତି । ସେ ଗତ ମେ ମାସରେ ଚୀନ୍ ଗସ୍ତ କରି ରିପୋର୍ଟ ପ୍ରସ୍ତୁତ କରିଥିଲେ । ତେବେ ଚୀନ୍ ଦାବି କରୁଛି ଯେ, ତାର ପ୍ରତିଷ୍ଠାକୁ ତଳେ ପକାଇବାକୁ ଉଦ୍ୟମ କରାଯାଉଛି । କିନ୍ତୁ ସଂଯୁକ୍ତ ରାଷ୍ଟ୍ରର ଅଧିକାରୀ ଏହି ରିପୋର୍ଟ ବହୁପୂର୍ବରୁ ପ୍ରସ୍ତୁତ କରାଯାଇଥିବା କହିଛନ୍ତି । ଯେଉଁଥିରେ ଉଇଗର ମୁସଲିମଙ୍କ ସହ ହେଉଥିବା ଅତ୍ୟାଚାର ସ୍ଥାନ ପାଇଛି ।