The Topmost

“The eyes believe themselves, the ears believe other people.”

ୟୁଏଇରେ ଖୋଲିଲା ପ୍ରଥମ ହିନ୍ଦୁ ମନ୍ଦିର

ମୁସଲିମ୍ ବହୁଳ ଦେଶରେ ହିନ୍ଦୁ ମନ୍ଦିର । ୟୁଏଇରେ ଖୋଲିଲା ପ୍ରଥମ ହିନ୍ଦୁ ମନ୍ଦିର । ଆବୁଧାବିରେ ନିର୍ମିତ ମନ୍ଦିରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୭୦୦ କୋଟି ଓ ୨୭ଏକର ଜମିରେ ମନ୍ଦିର ନିର୍ମିତ ହୋଇଛି । ତେବେ ମନ୍ଦିର ଉଦଘାଟନ ଉତ୍ସବରେ ସାମିଲ ହେବା ସହ ୟୁଏଇ ରାଷ୍ଟ୍ରମୁଖ୍ୟଙ୍କୁ ଭେଟିଛନ୍ତି ଓ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି ମୋଦୀ । ମନ୍ଦିରର ସମ୍ପୂର୍ଣ୍ଣ ନିର୍ମାଣରେ ଲାଗିଛି କେବଳ ଗୋଲପୀ ରଙ୍ଗର ମାର୍ବଲ ପଥର ୨୭ଏକର ଜମିରେ ମନ୍ଦିର ନିର୍ମିତ କରାଯାଇଛି । ମନ୍ଦିରର ଉଚ୍ଚତା ୧୦୮ଫୁଟ ଓ ୪୦୨ ସ୍ତମ୍ଭ ରହିଥିବାବେଳେ ଏଥିରେ କୌଣସି ପ୍ରକାର ଷ୍ଟିଲ ଓ ଲୁହାର ବ୍ୟବହାର କରାଯାଇନି । ବିଏପିଏସ ସ୍ୱାମୀନାରାୟଣ ସଂସ୍ଥା ୧୯୯୭ର ମନ୍ଦିର ନିର୍ମାଣ ପାଇଁ କଳ୍ପନା କରିଥିଲେ ଓ ୨୦୧୯ରେ ମନ୍ଦିରର ଆଧାରଶିଳା ରଖାଯାଇଥିଲା । ୫ବର୍ଷ ପରେ ନିର୍ମାଣ କାମ ଶେଷ ହୋଇଛି ।