ଆଗକୁ ହ୍ରାସ ହୋଇପାରେ କିଛି ନିର୍ଦ୍ଧିଷ୍ଟ ମେଡିସିନର ଦର । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି। ୩୪ଟି ମେଡିସିନକୁ ଏହି ଲିଷ୍ଟରେ ସାମିଲ କରାଯାଇଛି, ସେହିପରି ୨୬ଟି ମେଡିସିନକୁ ଏହି ଲିଷ୍ଟରୁ ହଟାଯାଇଛି। କେନ୍ଦ୍ର ସରକାର ଅତ୍ୟାବଶ୍ୟକୀୟ ମେଡିସିନର ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ସରକାରଙ୍କ ନିଷ୍ପତ୍ତି ପରେ ପେନ କ୍ଲିୟର, ଆଣ୍ଟି ବାୟୋଟିକ୍ସ ମେଡିସନ ସହ ନିକୋଟିନ ପିପ୍ଲେସମେଣ୍ଟ ଥେରାପି ପ୍ରଡକ୍ଟର ଦାମ ମଧ୍ୟ କମ ହେବାର ଅନୁମାନ କରାଯାଉଛି। ଭାରତର ପାଖାପାଖି ୩୫୦ ବିଶେଷଜ୍ଞ ଏନଏଲଏମ ୨୦୨୨ର ଲିଷ୍ଟ ତିଆରି କରିଛନ୍ତି । ଏଥିପାଇଁ ସେମାନେ ୧୪୦ରୁ ଅଧିକ ସନସଲ୍ଟେସନ ମିଟିଂ କରିଛନ୍ତି । ଏହି ଲିଷ୍ଟରେ ସାମିଲ ହେବାକୁ ଥିବା ମେଡିସିନ ଓ ଉପକରଣ ଦାମ ନ୍ୟାସନାଲ ଫାର୍ମାସ୍ୟୁଟିକଲ୍ସ ପ୍ରାଇସିଙ୍ଗ ଅଥରିଟି ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍