The Topmost

“The eyes believe themselves, the ears believe other people.”

ହେଟ ସ୍ପିଚକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ

ହେଟ ସ୍ପିଚକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ । ହେଟ ସ୍ପିଚକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ହେଲେ ଧର୍ମ ଠାରୁ ରାଜନୀତିକୁ ଦୁରେଇବାକୁ ପଡିବ । ଧର୍ମରେ ରାଜନୀତି ମିଶିଲେ ହେଟ ସ୍ପିଚ ସୃଷ୍ଟି ହେଉଛି ବୋଲି କହିବା ସହ ସୁପ୍ରିମକୋର୍ଟ ଏନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ରାଜନେତା କେବଳ ଶାସନ କରିବା ପାଇଁ ଧର୍ମକୁ ରାଜନୀତିରେ ମିଶ୍ରଣ କରୁଛନ୍ତି । ଯଦି ସରକାରଙ୍କୁ ସୁପର ପାଓ୍ବାର ହେବାର ଅଛି ତାହେଲେ ପ୍ରଥମେ ଆଇନ କାନୁନ ଶାସନ ଚାଲିଛି ବୋଲି ବିଶ୍ବାସ ସୃଷ୍ଟି କରିବାକୁ ହେବ । ଗୋ ଟୁ ପାକିସ୍ତାନ ଭଳି ବୟାନ ଯୋଗୁଁ ଆମେ ମାନେ କେତେ ତଳସ୍ତରକୁ ଯାଇଛେ ତାର ପ୍ରମାଣ ମିଳୁଛି । ଦେଶରେ ଜବାହାରଲାଲ ନେହେରୁ ଏବଂ ବାଜପେୟୀଙ୍କ ଭଳି ନେତା ଥିଲେ, ଯେଉଁମାନଙ୍କ ଭାଷଣ ଶୁଣିବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରୁଥିଲେ । ସେମାନଙ୍କ ଭାଷଣରେ ନୈତିକତା ଥିଲା । ଏବେ ନେତାଙ୍କର ହେଟସ୍ପିଚ ଶୁଣିବା ପାଇଁ ଲୋକେ ଏକାଠି ହେଉଛନ୍ତି ବୋଲି ସୁପ୍ରିମକୋର୍ଟ ବିଚାରପତି କହିଛନ୍ତି । ଲୋକଙ୍କୁ ଏସବୁ ତତ୍ବରୁ ନିଜକୁ ଦୁରେଇ ରଖିବାକୁ ପଡିବ ।