ଭାରତ ଯୋଡ଼ୋ ଯାତ୍ରାରେ ଘଟିଛି ଦୁଃଖଦ ଘଟଣା । ହୃଦଘାତରେ ପ୍ରାଣ ହରାଇଲେ କଂଗ୍ରେସ ସାଂସଦ । ପଞ୍ଜାବରେ ଭାରତ ଯୋଡୋ ଯାତ୍ରାବେଳେ ହୃଦଘାତରେ ପ୍ରାଣ ହରାଇଲେ କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀ । ଫିଲାଉର ସହରରେ ଆଜି ଯାତ୍ରା ଚାଲିଥିବାବେଳେ ସେଥିରେ ସାମିଲ ଥିଲେ ସାଂସଦ । ମାତ୍ର ରାସ୍ତାରେ ହଠାତ ତାଙ୍କର ହୃଦଘାତ ହୋଇଥିଲା । ତୁରନ୍ତ ତାଙ୍କୁ ନିକଟସ୍ଥ ଫଗଓ୍ବାରା ହସ୍ପିଟାଲକୁ ଆମ୍ବୁଲାନ୍ସରେ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହସ୍ପିଟାଲକୁ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧି ଯାଇ ସାଂସଦଙ୍କ ଶେଷଦର୍ଶନ କରିଥିଲେ । ଏହି ଦୁଃଖଦ ଘଟଣା ପରେ ଭାରତ ଯୋଡୋ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ