ମୌସୁମୀ ପାଇଁ ଉପରମୁଣ୍ଡରେ ପ୍ରବଳ ବର୍ଷା । ଏନେଇ ବଢ଼ିଲା ଜଳଭଣ୍ଡାର ଇନଫ୍ଲୋ ଓ ଆଉଟ ଫ୍ଲୋ । ଗତକାଲି ଜଳସ୍ତର ୬୦୦ ଦଶମିକ ୪୫ ଫୁଟ ରହିଥିଲା । ଆଜି ତାହା ବୃଦ୍ଧି ପାଇ ୬୦୧. ୩୧ ଫୁଟରେ ପହଞ୍ଚିଛି । ପାଖାପାଖି ଜଳଭଣ୍ଡାରର ଜଳସ୍ତର ଗୋଟିଏ ଫୁଟ ବୃଦ୍ଧି ପାଇଛି । ଇନଫ୍ଲୋ ମାତ୍ର ୪୩୩୨ କ୍ୟୁସେକ ଥିବା ବେଳେ ଆଜି ଇନଫ୍ଲୋ ବୃଦ୍ଧି ପାଇଁ ୪୪ ହଜାର ୨୪୫ କ୍ୟୁସେକରେ ପହଞ୍ଚିଛି । ଖାସ କରି କଲମାର କିଛି ଗେଟ୍ ଓ କେଲୋର କିଛି ଗେଟ ଯାଇଥିବାରୁ କ୍ରମାଗତ ଭାବେ ବଢ଼ୁଛି ଡ୍ୟାମର ପାଣି । ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଦେଇଥିବା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ହୀରାକୁଦରେ ୧୨୭ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ