The Topmost

“The eyes believe themselves, the ears believe other people.”

ହିମାଚଳ ପ୍ରଦେଶରେ ତାଣ୍ଡବ ରଚିଛି ପ୍ରଳୟଙ୍କାରୀ ବର୍ଷା

ହିମାଚଳ ପ୍ରଦେଶରେ ତାଣ୍ଡବ ରଚିଛି ପ୍ରଳୟଙ୍କାରୀ ବର୍ଷା । ବନ୍ୟା ଓ ଭୁସ୍ଖଳନ ଯୋଗୁଁ ଗଲାଣି ୨୨ ଜଣଙ୍କ ଜୀବନ । ଏହାସହ ଚମ୍ବା ଓ ମଣ୍ଡି ଜିଲ୍ଲାରେ ୧୫ ଜଣ ନିଖୋଜ ଅଛନ୍ତି । ନଦୀର ଜଳସ୍ତର ଅଚାନକ ବୃଦ୍ଧି ପାଇବାରୁ ହମିରପୁରରେ ୧୨ଟି ଘର ଭାସି ଯାଇଛି । ତେବେ ଏଠାରେ ରହୁଥିବା ୧୯ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଭୁସ୍ଖଳନ ଯୋଗୁଁ ଚଣ୍ଡିଗଡ଼-ମନାଲି ୨୧ ନମ୍ବର ରାଜପଥ ସମେତ ଅନେକ ରାଜପଥ ବନ୍ଦ ହୋଇଯାଇଛି । ମଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ସହ ଭୂସ୍ଖଳନ ହୋଇ ଥିବାବେଳେ ଗୋହର ଗାଁ ନିକଟରେ ପାହାଡ ଧସି ଗୋଟିଏ ପରିବାରର ୧୦ ଜଣ ପଥର ଓ ମାଟି ଭିତରେ ଚାପି ହୋଇ ଯାଇଛନ୍ତି । ସେଠାରୁ ଜଣେ ମହିଳା ଓ ଜଣେ ଶିଶୁର ମୃତଦେହ ଉଦ୍ଧାର କରାଯାଇ ଥିବାବେଳେ ଆହୁରି ୮ ଜଣ ନିଖୋଜ ଅଛନ୍ତି ।