ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ପରେ ଏବେ ପଞ୍ଜାବରେ ବର୍ଷା ତାଣ୍ଡବ । ବନ୍ୟାରେ ବେହାଲ ପଞ୍ଜାବ ଗୁରୁଦାସପୁର । ହୋସିଆରପୁର, ଗୁରୁଦାସପୁର, ରୂପନଗର ଜିଲ୍ଲାରେ ଜନଜୀବନ ବାଧାପ୍ରାପ୍ତ । ହଜାର ହଜାର ଲୋକ ଜଳବନ୍ଦୀ ହୋଇଛନ୍ତି । ଭାକ୍ରା ଓ ପଙ୍ଗ ଡ୍ୟାମର ଜଳପତ୍ତନ ବୃଦ୍ଧି ପାଇବା ଯୋଗୁ ସ୍ଥିତି ଅଧିକ ଜଟିଳ ହେବା ଆଶଙ୍କା କରାଯାଉଛି । ସହରର ବିଭିନ୍ନ ସ୍ଥାନରେ ଏନଡିଆରଏଫ ମୁତୟନ ହୋଇଥିବାବେଳେ ତଳିଆ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିପଦସଙ୍କେତ ଉପରେ ବିୟସ ନଦୀ ରହିଥିବାରୁ ଏହାର ପ୍ରଭାବରେ ଲକ୍ଷାଧିକ ପ୍ରଭାବିତ ହୋଇଛନ୍ତି । ବିୟସ ନଦୀ କୂଳରେ ଅବସ୍ଥିତ ଚେଚିଆ, ଚୋରିଆନ, ପାଖୋଓ୍ବାଲ, ଖେରା, ଦାଲେପୁର, ପଦନା ଆଦି ଗ୍ରାମର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏନଡିଆରଏଫ, ଆର୍ମ, ସୀମା ସୁରକ୍ଷା ବଳର ବହୁ ଟିମ୍ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ