The Topmost

“The eyes believe themselves, the ears believe other people.”

ହିମାଚଳରେ ପ୍ରକୃତିର ତାଣ୍ଡବ

ପାହାଡ଼ି ରାଜ୍ୟରେ ପ୍ରକୃତିର ତାଣ୍ଡବ । ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା, ଭୂସ୍ଖଳନ ପରେ ବନ୍ୟା ସ୍ଥିତି । ଲ୍ୟାଣ୍ଡସ୍ଲାଇଡ୍ ଯୋଗୁ ଅଧିକାଂଶ ହାଇଓ୍ବେ ବନ୍ଦ ହୋଇଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଫ୍ଲାସଫ୍ଲଡ୍ ଯୋଗୁ ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ପାଙ୍ଗୀ-କିଲାଡ ହାଇଓ୍ବେରେ ପାହାଡ଼ ଧସିଯିବା ଯୋଗୁ ଉଭୟ ପଟେ ଗାଡ଼ିମୋଟର ଅଟକି ରହିଛି । ଚଣ୍ଡିଗଡ଼-ମନାଲି ହାଇଓ୍ବେ ମଧ୍ୟ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଜାମ୍ ହୋଇଛି । ମଣ୍ଡି-କୁଲ୍ଲୁ ରାସ୍ତାର ପ୍ରାୟ ୭୦ କିମି ଫ୍ଲାସଫ୍ଲଡ, ଭୂସ୍ଖଳନ ଯୋଗୁ ପ୍ରଭାବିତ ହୋଇଛି । ସେପଟେ ଲଗାଣ ବର୍ଷା ପରେ ଗଙ୍ଗା ସମେତ ଅନ୍ୟ ଶାଖା ନଦୀରେ ବି ଜଳସ୍ତର ବୃଦ୍ଧି ପାଇଛି । ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ପରେ ୩ଶହରୁ ଅଧିକ ରାସ୍ତା ବନ୍ଦ କରିଦିଆଯାଇଛି । ଆଜି ହିମାଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଉତ୍ତରାଖଣ୍ଡ ନୈନିତାଲରେ ଅତି ପ୍ରବଳ ବର୍ଷା ପରେ ଲ୍ୟାଣ୍ଡସ୍ଲାଇଡ ଯୋଗୁ ରାସ୍ତା ଧସିବା ସହ ପାଇପ ଲାଇନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଉତ୍ତରାଖଣ୍ତରେ ପ୍ରାୟ ୪୫ଟି ରାସ୍ତାରେ ଯାତାୟାତ ଠପ୍ ହୋଇଥିବା ବେଳେ ଶତାଧିକ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ବର୍ଷା, ବନ୍ୟା, ଲ୍ୟାଣ୍ଡସ୍ଲାଇଡ ଯୋଗୁ ପର୍ଯ୍ୟଟକମାନଙ୍କ ପାଇଁ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି ।