ଚଳିତ ବର୍ଷ ମୌସୁମୀ ହିମାଚଳପ୍ରଦେଶ ପାଇଁ ଅଭିଶପ୍ତ ହୋଇ ଆସିଛି । ବର୍ଷାର କରାଳ ରୂପରେ ପୁଣି ବଳିପଡିଛି ଅନେକ ଜୀବନ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଯାଇଛି ୧୧ ଜୀବନ । ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବା ଜଣାପଡିଛି । ଏହାସହ ୫ଟି ଜାତୀୟ ରାଜପଥ ସହ ୭୦୯ ରାସ୍ତା ବନ୍ଦ ରହିଛି । ବୁଧବାର ସିମଲାରେ ଭୀଷଣ ଭୂସ୍ଖଳନ ହୋଇଛି । ମଣ୍ଡି ପଣ୍ଡୋହରେ ବାଦଲ ଫଟା ବର୍ଷା ଯୋଗୁଁ ଦୁଇଟି ଘର ସହ ସ୍କୁଲ ବି ପାଣିରେ ବହିଯାଇଛି । ଜୁନରେ ଏଠାରେ ମୌସୁମୀ ପହଞ୍ଚିବା ପରେ ଅନେକ ଥର ବାଦଲଫଟା ବର୍ଷା ହେବା ଯୋଗୁଁ ପାଖାପାଖି ୩୬୦ଜଣଙ୍କର ମୃତ୍ୟୁ ହେବା ସହ ହଜାର ହଜାର ଘର ନିଶ୍ଚିହ୍ନ ହୋଇଯାଇଛି । ଲୋକେ ବାସହରା ହୋଇପଡିଛନ୍ତି । କେବଳ ଏତିକି ନୁହେଁ ଅନେକ ସ୍ଥାନରେ ଭୀଷଣ ଭୂସ୍ଖଳନ ଯୋଗୁଁ ବହୁତଳ ପ୍ରସାଦ ସବୁ ମାଟିରେ ମିଶିଛି । ତଥାପି ଏପରି ପ୍ରାକୃତିକ ବିପର୍ଯ୍ୟୟରେ ପୂର୍ଣ୍ଣଚ୍ଛେଦ ପଡିନି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ