ଫାରୁକ ଅବଦୁଲ୍ଲାଙ୍କ ଚାଞ୍ଚଲ୍ୟକର ବୟାନ । ହିନ୍ଦୁଶୂନ୍ୟ ହୋଇଯିବ କାଶ୍ମୀର । ଯଦି କାଶ୍ମୀରରେ ଟାର୍ଗେଟ କିଲିଂକୁ ରୋକାନଯାଏ ତେବେ କାଶ୍ମୀର ହିନ୍ଦୁଶୂନ୍ୟ ହୋଇଯିବ । ଏହିଭଳି କହିଛନ୍ତି ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା । କିଛି ମାସ ହେବ କାଶ୍ମୀର ପଣ୍ଡିତମାନଙ୍କୁ ବାଛି ବାଛି ହତ୍ୟା କରାଯାଉଛି, ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଫାରୁକ । ଏନେଇ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଫାରୁକ କହିଛନ୍ତି, କାଶ୍ମୀର ପଣ୍ଡିତଙ୍କ ପାଇଁ ଏବେ ୧୯୯୦ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଯଦି ସରକାର ଏବେଠୁ ଟାର୍ଗେଟ କିଲିଂକୁ ନରୋକନ୍ତି ତେବେ ହିନ୍ଦୁଶୂନ୍ୟ ହୋଇଯିବ କାଶ୍ମୀର । ଏସମ୍ପକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଫାରୁକ । କାଶ୍ମୀର ପଣ୍ଡିତଙ୍କ ଉପରେ ଆକ୍ରମଣ ଏବଂ ସେମାନଙ୍କ ପଳାୟନକୁ ନେଇ ସର୍ବଦଳୀୟ ବୈଠକ ଡକାଯିବା ଉଚିତ ବୋଲି କହିଛନ୍ତି ଫାରୁକ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ