ହିଣ୍ଡେନବର୍ଗ ମାମଲାକୁ ନେଇ ସୁପ୍ରିମକୋର୍ଟରେ କଂଗ୍ରେସ । ସଠିକ ତଦନ୍ତ ଦାବିରେ କଂଗ୍ରେସ କରିଥିବା ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଆଦାନୀ ଗ୍ରୁପ ଉପରେ ହିଣ୍ଡେନବର୍ଗ ପ୍ରକାଶ କରିଥିବା ରିପୋର୍ଟ ଉପରେ ତଦନ୍ତ ପାଇଁ ବରିଷ୍ଠ ବିଚାରପତିଙ୍କୁ ନେଇ କମିଟି ଗଠନ କରିବାକୁ ଆବେଦନ କରିଥିଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ଏହାର ତ୍ବରିତ ଶୁଣାଣି ପାଇଁ ସେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ । ସୁପ୍ରିମକୋର୍ଟ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରି ତାଙ୍କ ତତ୍ତ୍ବାବଧାନରେ ତଦନ୍ତ ପାଇଁ ଆବେଦନ କରାଯାଇଥିଲା ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ