ନୂଆଦିଲ୍ଲୀ: ଫେବୃଆରୀ ୨୮: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ସାହାଯ୍ୟ ଦେବା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି । ’ହିଟ୍ ଆଣ୍ଡ୍ ରନ୍’ ମାମଲାରେ ପୀଡିତଙ୍କ ସମ୍ପର୍କୀୟଙ୍କୁ ଦିଆଯିବ ଆଠ ଗୁଣ କ୍ଷତିପୂରଣ । ଏପ୍ରିଲ୍ ୧ରୁ କ୍ଷତିପୂରଣକୁ ବୃଦ୍ଧି କରାଯାଇ ୨ ଲକ୍ଷ ଟଙ୍କା କରାଯାଇଛି । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ନୂତନ ବିଜ୍ଞପ୍ତି ଅନୁସାରେ ଗୁରୁତର ଆହତଙ୍କ କ୍ଷତିପୂରଣ ରାଶି ୧୨,୫୦୦ରୁ ୫୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ଯୋଜନାର ନାମ ରଖାଯାଇଛି ’ହିଟ୍ ଆଣ୍ଡ ରନ୍ ମୋଟର ଦୁର୍ଘଟଣା ଯୋଜନା । ପୂର୍ବରୁ ହିଟ୍ ଆଣ୍ଡ୍ ରନ୍ ମାମଲାରେ ଜୀବନ ହାରିଲେ ପରିବାରକୁ ୨୫୦୦୦ ଟଙ୍କା ମିଳୁଥିଲା । ଏହାକୁ ବୃଦ୍ଧି କରି ୨ ଲକ୍ଷ କରାଯାଇଛି । ୧୯୮୯ କ୍ଷତିପୂର୍ତ୍ତି ଯୋଜନାର ସ୍ଥାନ ନେବ ଏହି ଯୋଜନା । ସେହିପରି କ୍ଷତିପୂରଣ ପାଇଁ ଆବେଦନ କରିବା ଏବଂ ପୀଡିତଙ୍କୁ ଦେୟ ପ୍ରଦାନ ପ୍ରକ୍ରିୟା ପାଇଁ ମଧ୍ୟ ସମୟସୀମା ସ୍ଥିର କରାଯାଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ